'ଅବତାର ୩'ର ଟ୍ରେଲର ରିଲିଜ୍, ଟ୍ରେଲର ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ସୃଷ୍ଟି କଲା ଚହଳ

Advertisment

   'ଅବତାର ୩'ର ଟ୍ରେଲର ରିଲିଜ୍, ପାଣ୍ଡୋରାର ଦୁନିଆରେ ଦେଖାଗଲା ଭୟଙ୍କର ଖଳନାୟକ

   'ଅବତାର ୩'ର ଟ୍ରେଲର ରିଲିଜ୍, ପାଣ୍ଡୋରାର ଦୁନିଆରେ ଦେଖାଗଲା ଭୟଙ୍କର ଖଳନାୟକ

'ଅବତାର ୩'ର ଟ୍ରେଲର ରିଲିଜ୍

'ଅବତାର ୩'ର ଟ୍ରେଲର ରିଲିଜ୍ Photograph: (KanakNews)

କନକ ବ୍ୟୁରୋ: ହଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅବତାର' ତୃତୀୟ ଭାଗ ରିଲିଜ ହୋଇଛି । ୨୧୦୦ କୋଟିର ଫିଲ୍ମ "ଅବତାର: ଫାୟାର ଆଣ୍ଡ ଆଶ୍" (Avatar: Fire and Ash)ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲରଟି ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହା ଚହଳ ସୃଷ୍ଟି କରିଛି । ପୂର୍ବ ଦୁଇଟି ଫିଲ୍ମ ଭଳି ଏଥର ମଧ୍ୟ ଜେମ୍ସ କ୍ୟାମେରୁନ୍ ଦର୍ଶକଙ୍କୁ ପାଣ୍ଡୋରାର ଏକ ନୂଆ ଏବଂ ଆହୁରି ରୋମାଞ୍ଚକର ଦୁନିଆକୁ ନେଇଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଟ୍ରେଲରରେ କେବଳ ଚମତ୍କାର ଭିଜୁଆଲ୍ ଇଫେକ୍ଟସ୍ ନୁହେଁ, ବରଂ ଏକ ନୂଆ ଏବଂ ଅଧିକ ଶକ୍ତିଶାଳୀ ଖଳନାୟକର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଟ୍ରେଲରର ଆରମ୍ଭ ପାଣ୍ଡୋରାର ସେହି ପରିଚିତ ନୀଳ ଏବଂ ସବୁଜ ଦୁନିଆରୁ ହୋଇଛି, ଯେଉଁଠାରେ ନା'ଭି   ଜନଜାତି ଶୁଖ, ଶାନ୍ତିରେ ବାସ କରୁଥିବାର ଦେଖାଯାଉଛି । ଜେକ୍ ସଲି (ସାମ୍ ୱାର୍ଥିଙ୍ଗଟନ୍) ଏବଂ ନେତିରି (ଜୋ ସାଲଡାନା) ନିଜ ପରିବାର ସହିତ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । କିନ୍ତୁ ଏହି ଶୁଖ ଶାନ୍ତି ବେଶୀ ସମୟ ପାଇଁ ରହୁନାହିଁ ।

ଟ୍ରେଲରରେ ଏକ ନୂଆ ବିପଦର ସଙ୍କେତ ମିଳୁଛି । ଏଥର ଲଢେଇ କେବଳ ମଣିଷଙ୍କ ସହ ନୁହେଁ, ବରଂ ପାଣ୍ଡୋରାର ଏକ ନୂଆ ଏବଂ ଭୟଙ୍କର ଜନଜାତି ସହିତ ହେବ । ଏହି ଜନଜାତିକୁ 'ଆଶ୍ ପିପୁଲ' (Ash People) ବା 'ଅଗ୍ନି ମାନବ' କୁହାଯାଉଛି । ସେମାନେ ପାଣ୍ଡୋରାର ଆଗ୍ନେୟଗିରି ଅଞ୍ଚଳରେ ବାସ କରନ୍ତି ଏବଂ ସେମାନଙ୍କର ରଙ୍ଗ ଓ ଚେହେରା ନା'ଭିମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନେ ଅଧିକ କ୍ରୂର ଏବଂ ଆକ୍ରମଣାତ୍ମକ ମନେ ହେଉଛନ୍ତି । ଏହି ଫିଲ୍ମର ମୁଖ୍ୟ ଖଳନାୟକ ହେଉଛି 'ଆଶ୍ ପିପୁଲ'ର ନେତା 'ଭାରାଙ୍ଗ'  । ଏହି ଚରିତ୍ରରେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଫେମ୍ ଉନା ଚାପଲିନ୍ ଅଭିନୟ କରୁଛନ୍ତି । ଟ୍ରେଲରରେ ତାଙ୍କର ଝଲକ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe