କନକ ବ୍ୟୁରୋ: ଲଦାଖର ସିଆଚିନ୍ ଗ୍ଲେସିୟରରେ ଏକ ବିରାଟ ହିମସ୍ଖଳନ ହୋଇଛି, ଯେଉଁଥିରେ ତିନି ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି । ତେବେ ଏହା ହେଉଛି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର, ଯେଉଁଠି କି ସୈନିକମାନେ -୬୦ ଡିଗ୍ରୀ ଥଣ୍ଡା, ପ୍ରବଳ ପବନ ଏବଂ ବରଫ ଭିତରେ ଦେଶର ସୁରକ୍ଷା କରନ୍ତି । ଆଉ ସେମିତି ଏକ ଜାଗାରେ ହିମସ୍ଖଳନ ଘଟିବା ସହିତ ଦେଶର ଯବାନ ସହିଦ ହୋଇଛନ୍ତି ।

Advertisment

ସୂଚନା ମୁତାବକ, ଏହି ତିନି ଜଣ ସୈନିକ ମହାର ରେଜିମେଣ୍ଟର ଥିଲେ । ସେମାନଙ୍କ ଭିତରୁ ଜଣେ ଗୁଜୁରାଟ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡର ଥିଲେ । ତେବେ ହିମସ୍ଖଳନରେ ପାଞ୍ଚ ଜଣ ସୈନିକ ଫସି ରହିଛନ୍ତି, ଆଉ ଜଣେ କ୍ୟାପ୍ଟେନଙ୍କୁ ଉଦ୍ଧାର କରାଯାଇଛି । ଜାଣିରଖିବା ଉଚିତ ଯେ, ବର୍ତ୍ତମାନର ସମୟରେ ସିଆଚିନରେ ହିମସ୍ଖଳନ ସାଧାରଣ କଥା । ୧୯୮୪ ମସିହାର ଅପରେସନ ମେଘଦୂତ ପରଠାରୁନ ଆଜି ଭିତରେ ଖରାପ ପାଗ ଯୋଗୁଁ ସେଠାରେ ପ୍ରାୟ ୧,୦୦୦ ରୁ ଅଧିକ ସୈନିକ ସହିଦ ହୋଇଛନ୍ତି । 

ଜାଣିରଖିବା ଉଚିତ ଯେ, କରାକୋରମ୍ ପର୍ବତମାଳାର ୨୦,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଅଛି ସିଆଚିନ୍ ଗ୍ଲେସିୟର୍ । ତେବେ ଏଥର ହିମସ୍ଖଳନର ଖବର ପାଇବା ମାତ୍ରେ, ଭାରତୀୟ ସେନା ଏବଂ ବାୟୁସେନା ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ବିଶେଷଜ୍ଞଙ୍କ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ, ଯେଉଁମାନେ କି ବର୍ତ୍ତମାନ ପର୍ୟ୍ୟନ୍ତ ବରଫରେ ପୋତି ହୋଇଥିବା ସୈନିକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।