ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ଫସି ରହିଛନ୍ତି ୪୭ ଶ୍ରମିକ..

Advertisment

ହିମସ୍କଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ଫସି ରହିଛନ୍ତି ୪୭ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଜାରୀ ।

ହିମସ୍କଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ଫସି ରହିଛନ୍ତି ୪୭ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଜାରୀ ।

୪୭ ଜଣ ଶ୍ରମିକ ଫସି ରହିଛନ୍ତି

୪୭ ଜଣ ଶ୍ରମିକ ଫସି ରହିଛନ୍ତି Photograph: (Google)


କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ବଡ ଦୁର୍ଘଟଣା । ମାଣା ଗାଁରେ ହିମସ୍ଖଳନ ଘଟି ୪୭ ଜଣ ଶ୍ରମିକ ଫସି ରହିଛନ୍ତି । ସୂଚନାମୁତାବକ, ୫୭ ଜଣ ଶ୍ରମିକ ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଏକ ଘରୋଇ ଠିକାଦାରଙ୍କ ଅଣ୍ଡରରେ  ବହୁ ସଂଖ୍ୟକ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ ।

ଯେତେବେଳେ ହିମସ୍ଖଳନ ଆସିଲା, ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବନ ବଞ୍ଚାଇ ପଳାଇଆସିବାରେ ସଫଳ ହୋଇଥିଲେ। ଆଉ 57 ଜଣ ଶ୍ରମିକ ବରଫରେ ଫସି ଯାଇଥିଲେ।  ଏଠି କହି ରଖୁଛୁଯେ,  ଦୁଇ ଦିନ ହେବ  ପାହାଡିଆ ଅଞ୍ଚଳରେ ପାଗ  ବହୁତ ଖରାପ ଥିଲା ।  ଉତ୍ତରାଖଣ୍ଡ ସହ  ହିମାଚଳ,  ପ୍ରଦେଶର କିଛି ଅଞ୍ଚଳରେ ଖୁବ୍‌ ଜୋରରେ ବର୍ଷା ଲାଗି ରହିଛି । କିଛି ନଦୀ ମାନଙ୍କରେ ପାଣି ଫୁଲିକି ରହିଛି । ସେହିପରି ଗଡିଆ, ନାଳ ମାନଙ୍କରେ ମଧ୍ୟ ପାଣି ଭରି କରି ଅଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe