କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ବଡ ଦୁର୍ଘଟଣା । ମାଣା ଗାଁରେ ହିମସ୍ଖଳନ ଘଟି ୪୭ ଜଣ ଶ୍ରମିକ ଫସି ରହିଛନ୍ତି । ସୂଚନାମୁତାବକ, ୫୭ ଜଣ ଶ୍ରମିକ ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଏକ ଘରୋଇ ଠିକାଦାରଙ୍କ ଅଣ୍ଡରରେ ବହୁ ସଂଖ୍ୟକ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ ।
ଯେତେବେଳେ ହିମସ୍ଖଳନ ଆସିଲା, ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବନ ବଞ୍ଚାଇ ପଳାଇଆସିବାରେ ସଫଳ ହୋଇଥିଲେ। ଆଉ 57 ଜଣ ଶ୍ରମିକ ବରଫରେ ଫସି ଯାଇଥିଲେ। ଏଠି କହି ରଖୁଛୁଯେ, ଦୁଇ ଦିନ ହେବ ପାହାଡିଆ ଅଞ୍ଚଳରେ ପାଗ ବହୁତ ଖରାପ ଥିଲା । ଉତ୍ତରାଖଣ୍ଡ ସହ ହିମାଚଳ, ପ୍ରଦେଶର କିଛି ଅଞ୍ଚଳରେ ଖୁବ୍ ଜୋରରେ ବର୍ଷା ଲାଗି ରହିଛି । କିଛି ନଦୀ ମାନଙ୍କରେ ପାଣି ଫୁଲିକି ରହିଛି । ସେହିପରି ଗଡିଆ, ନାଳ ମାନଙ୍କରେ ମଧ୍ୟ ପାଣି ଭରି କରି ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/28/Hocs9k1wFb6LvXcGqnzN.jpg)