କନକ ବ୍ୟୁରୋ: ଭୁବନେଶ୍ୱରରେ ବୁଲୁଛି ଅଟୋମେଟିକ ପିସ୍ତଲ, ରିଭଲଭ ର! ଭୁବନେଶ୍ୱରରୁ ବନ୍ଧା ହେଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କଠାରୁ ୪ ଅଟୋମେଟିକ ପିସ୍ତଲ, ଗୋଟିଏ ରିଭଲଭର ଏବଂ ଗୋଟିଏ ସିଙ୍ଗଲସଟ୍ ମଧ୍ୟ ଜବତ ହୋଇଛି । ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଉତ୍ତରପ୍ରଦେଶର, ଜଣେ ମଧ୍ୟପ୍ରଦେଶର ଏବଂ ଜଣେ ସାଲେପୁର ଅଞ୍ଚଳର ବୋଲି ସୂଚନା ଦେଇଛି କମିସନରେଟ୍ ପୁଲିସ । ତେବେ ପୁଲିସ ହାତରେ ଲାଗିଛି ୭.୬୫ MM ଅଟୋମେଟିକ ପିସ୍ତଲ ସହ, ୧୮ ରାଉଣ୍ଡ ଗୁଳି । ଏମାନେ ବାହାର ରାଜ୍ୟରୁ ଚୋରାରେ ବନ୍ଧୁକ ଆଣି ଅପରାଧୀଙ୍କ ହାତକୁ ବଢ଼ାଇ ଦେଉଥିବା ନେଇ ପୁଲିସକୁ ଖବର ମିଳିଥିଲା । ଅଭିଯୁକ୍ତ ଶେଖ ସକିଲ ହେଉଛି ଏହାର ମାଷ୍ଟରମାଇଣ୍ଡ । ଜଟଣୀର ଏକ ଜାଗାରେ ରହି ଆର୍ମସ ଡିଲ୍ କରୁଥିଲେ । ଏହି ଗ୍ୟାଙ୍ଗ ଠାରୁ ଜୀବନ୍ତ ଗୁଳି ମଧ୍ୟ ମିଳିଛି ।