ଅଟୋ ଚାଳକଙ୍କ ଗଳାକାଟି ହତ୍ୟା ; ରାୟଗଡା କାଶୀପୁରରେ ଚାଞ୍ଚଲ୍ୟ

ଅଟୋ ଚାଳକଙ୍କୁ ଗଳାକାଟି ବିଭତ୍ସ ହତ୍ୟା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ

Screen Shot 2024-12-15 at 4.38.33 PM

କନକ ବ୍ୟୁରୋ: ଅଟୋ ଚାଳକଙ୍କୁ ଗଳାକାଟି ବିଭତ୍ସ ହତ୍ୟା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅଟୋ ଯୋଗେ ସିଙ୍ଗାରାମ ପଟୁ ଟିକିରି ଆଡକୁ ଆସୁଥିବା ସମୟରେ ଏହି ଘଟଣା ଘଟିଥିବା ସହେନ୍ଦ କରାଯାଇଛି । 

ମୃତ ଅଟୋଚାଳକ ହେଉଛନ୍ତି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ଗ୍ରାମର କୁସୁମଲ ଖରାଙ୍କ ପୁଅ ବଳରାମ ଖରା ବୋଲି ଜଣାପଡିଛି। ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣଙ୍କ ଅଟୋଭଡା ପାଇଁ ଫୁଲଜବା ନିକଟସ୍ଥ ଏକ ଗ୍ରାମକୁ ଯାଇ ଫେରୁଥିଲେ। ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ, ତାହା ଜଣାପଡ଼ିନାହିଁ। ଖବର ପାଇ ଘଟଣା ସ୍ଥଳରେ ରାୟଗଡା ଟିକିରି ଥାନା ଏଏସ ଆଇ ମନୋଜ ଜେନା, ମହେଶ୍ୱର ପାଇକ, ଦରାଗୁଡା ଆଇଆଇସି କିରଣବାଳା ସାମଲ, କାଶୀପୁର ଥାନା ଆଇଆଇସି ସୂର୍ୟ୍ୟ ପ୍ରକାଶ ନାୟକଙ୍କ ସହ ପୁଲିସ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ସାଇଣ୍ଟିଫିକ ଟିମ୍ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe