କନକ ବ୍ୟୁରୋ : କଟକରେ ଲେଜର୍ ଲାଇଟ୍ ବ୍ୟାନ୍ । ଲେଜର ଲାଇଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ହାଇକୋର୍ଟ । ଆଜି ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ କଟକରେ ଲେଜର୍ ଲାଇଟ୍ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଡିଜେ ବ୍ୟବହାର ଓ ୬୫ ଡେସିବଲ କଟକଣାକୁ ମଧ୍ୟ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ଜାତୀୟ ଧର୍ମଘଟ ପ୍ରଭାବ : ଜିଏନଏମ ବାର୍ଷିକ ପରୀକ୍ଷା ସ୍ଥଗିତ
ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନ ହେବ ସେଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବ । ଯଦି କୌଣସି ଜାଗାରେ ଏସବୁର ଉଲ୍ଲଘଂନ ହେଉଥିବ, ତେବେ ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣି ସମୟରେ କଟକ ଡିସିପି ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/12/laser-lights-2026-02-12-18-31-14.jpg)