australian open Photograph: (Kanak News)
କନକ ବ୍ୟୁରୋ: ଚଳିତବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ଅଷ୍ଟ୍ରେଲିଆନ୍’ ଓପନ୍ରେ ଗତଥର ବିଜେତା ଜାନିର ସିନ୍ନର ଦ୍ବିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ତାଙ୍କ ପ୍ରଥମ ରାଉଣ୍ଡ୍ ପ୍ରତିଦ୍ବନ୍ଦ୍ବୀ ଫ୍ରାନ୍ସର ହୁଗୋ ଗଷ୍ଟନ୍ ପାଇଁ ଅସୁସ୍ଥତା ପାଇଁ ଦୁଇଟି ସେଟ୍ ପରେ ଓହରି ଯିବାରୁ ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ସିନ୍ନରଙ୍କୁ ଏଥିଲାଗି ବିଶେଷ କଷ୍ଟ କରିବାକୁ ପଡ଼ି ନଥିଲା। ସେତେବେଳକୁ ଅବଶ୍ୟ ଗଷ୍ଟନ୍ ୨-୬, ୧-୬ରେ ପଛୁଆ ଥିଲେ। ଲଗାତାର ତୃତୀୟ ଥର ପାଇଁ ଏଠାରେ ବିଜେତା ହେବା ଲକ୍ଷ୍ୟରେ ଥିବା ସିନ୍ନର ପରବର୍ତ୍ତୀ ରାଉଣ୍ଡ୍ରେ ଜେମ୍ସ ଡକୱର୍ଥ ଓ ଡିନୋ ପ୍ରିଜମିକଙ୍କ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ରାଉଣ୍ଡ୍ ମୁକାବିଲାର ବିଜେତାଙ୍କୁ ଭେଟିବେ।
ସେହିଭଳି ଆମେରିକାର ଅଷ୍ଟମ ସିଡ୍ ଖେଳାଳି ବେନ୍ ସେଲଟନ୍ ୬-୩, ୭-୬ (୨), ୭-୬ (୫)ରେ ୟୁଗୋ ହମ୍ବର୍ଟଙ୍କୁ ହରାଇ ନିଜ ଅଭିଯାନକୁ ଜୀବନ୍ତ ରଖିଛନ୍ତି। ଫ୍ରାନ୍ସର ତାରକା ଖେଳାଳି ମନଫିଲ୍ସ ଗୋଏଲ୍ସଙ୍କ ୨୦ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଅଭିଯାନ କିନ୍ତୁ ଦୁଃଖଦ ପରାଜୟରେ ସମାପ୍ତ ହୋଇଛି। ଆହତ ଜର୍ଜରିତ ମନଫିଲ୍ସ ମଙ୍ଗଳବାର ନିଜ ୨୦ତମ ତଥା ଶେଷ ଅଷ୍ଟ୍ରେଲିଆନ୍ ଓପନ୍ ସଂସ୍କରଣରେ ଯୋଗ୍ୟତା ଅର୍ଜନକାରୀ ଡେନ୍ ସ୍ବିନୀଙ୍କଠାରୁ ୭-୬, ୫-୭, ୪-୬, ୫-୭ରେ ହାରି ପ୍ରଥମ ରାଉଣ୍ଡ୍ରୁ ବାଦ୍ ପଡ଼ିଛନ୍ତି।ମହିଳା ଏକକରେ ଗତଥର ବିଜୟିନୀ ମାଡିସନ୍ କିଜ୍ ୭-୬ (୬), ୬-୧ରେ ୟୁକ୍ରେନ୍ର ଓଲେକସାଣ୍ଡ୍ରା ଓଲିନିକୋଭାଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ଟିକେଟ ହାସଲ କରିଛନ୍ତି।
ଆହୁରି ପଢ଼ନ୍ତୁ... ଏ+ରୁ ବି’ ଗ୍ରେଡକୁ ଖସିବେ ରୋହିତ, ବିରାଟ !
ୱାଇଲ୍ଡ କାର୍ଡ ଜରିଆରେ ମୁଖ୍ୟ ଡ୍ର’ ଖେଳିବାର ସୌଭାଗ୍ୟ ଲାଭ କରିଥିବା ଟାଇଲା ପ୍ରେଷ୍ଟନ୍ ୬-୩, ୨-୬, ୬-୩ରେ ଚୀନର ଝାଙ୍ଗ ସୁଆଇ, ଅଷ୍ଟ୍ରେଲିଆର ମାୟା ଜଏଣ୍ଟ୍ କିନ୍ତୁ ଟେରେଜା ଭାଲେଣ୍ଟୋଭାଙ୍କଠାରୁ ୪-୬, ୪-୬ରେ ହାରି ବିଦାୟ ନେଇଛନ୍ତି। ୟୁଏସ୍ ଓପନ୍ର ପୂର୍ବତନ ଉପବିଜୟିନୀ ଲିଲା ଫର୍ଣ୍ଣାଣ୍ଡେଜ୍ ୬-୨, ୭-୬ (୧)ରେ ଜାନିସ୍ ଟିଜେନଙ୍କଠାରୁ ହାରି ଯାଇଛନ୍ତି। ଫଳରେ ଅଷ୍ଟ୍ରେଲିଆନ୍ ଓପନ୍ର କୌଣସି ମ୍ୟାଚ୍ ଜିତିବାରେ ଟିଜେନ ଗତ ୨୮ବର୍ଷ ମଧ୍ୟ ପ୍ରଥମ ଇଣ୍ଡୋନେସୀୟ ଖେଳାଳି ହୋଇଛନ୍ତି। ସେହିଭଳି ଲୁସିନା ଦାରଦେରି ୭-୬ (୫), ୭-୬ (୩)ରେ କ୍ରିଷ୍ଟିନ ଗାରିନଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
Follow Us