AUS Photograph: (kanakNews)
କନକ ବ୍ୟୁରୋ : ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ଫିଲ୍ଡିଂ କରିବ ଭାରତ । ୪ଜଣ ସ୍ପିନରଙ୍କୁ ନେଇ ଖେଳିବ ଭାରତ । ଆଜି ପ୍ରତିଶୋଧ ନେଇପାରେ ଇଣ୍ଡିଆ । ପଡ଼ିଆ ଭିନ୍ନ ହେଲେ ବିପକ୍ଷ ସମାନ । ୨୦୨୩ ବିଶ୍ବକପର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଅଣ । ଯାହାକୁ ନେଇ ପ୍ରତିଟି ଇଣ୍ଡିଆନ୍ସଙ୍କ ହାର୍ଟବିଟ୍ ଧକ୍ ଧକ୍ କରିବା ଆରମ୍ଭ କରିସାରିଛି ।
କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ। ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ଫାଇଦା ଦେଇପାରେ।
Follow Us