କନକ ବ୍ୟୁରୋ: ପର୍ଥ ଟେଷ୍ଟର ପ୍ରଥମ ଇଂନିସରେ ୧୫୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମାତ୍ର ୧୫୦ ରନରେ ଅଲଆଉଟ୍ ହେଇଯାଇଛି । ତେବେ କେବଳ ନୀତିଶ ରେଡ୍ଡୀ, କେ ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଛାଡିଦେଲେ, ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ବି ଟପିପାରିନଥିଲେ । ଏହି ତିନି ଖେଳାଳି କେବଳ କିଛି ଆଖିଦୃଶିଆ ସଟ୍ ଖେଳିଥିଲେ । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ଜୋସ୍ ହେଜେଲଉଡ୍ ୪ଟି ଓ୍ୱିକେଟ୍ ସଫଳତା ପାଇଥିବାବେଳେ, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ମିଚେଲ ମାର୍ଶ ୨ଟି ଲେଖାଏଁ ସଫଳତା ପାଇଥିଲେ । ଭାରତ ପକ୍ଷରୁ ନବାଗତ ଅଲରାଉଣ୍ଡର ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଥଲେ । ତାଙ୍କ ପଛକୁ ରିଷଭ ପନ୍ତ କେବଳ ୩୭ ରନ୍ କରିପାରିଥିଲେ । ତେବେ ଯଶସ୍ୱୀ ଜୟସଓ୍ୱାଲ, ଦେବଦତ୍ତ ପଡିକ୍କଲ ଶୂନ୍ ରନରେ ଅଲଆଉଟ୍ ହେଇଯାଇଥିଲେ । ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ୍ ନିଜର ପ୍ରଥମ ଇଂନିସ୍ ବ୍ୟାଟିଂ କରିବା ଆରମ୍ଭ କରିଛି ।