କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆସନ୍ତା ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହା ପୂର୍ବରୁ ଗାବା ଟେଷ୍ଟ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଗାବା ଟେଷ୍ଟରେ ପଡିଆକୁ ଓହ୍ଲେଇବାକୁ ଥିବା ପ୍ଲେଇଙ୍ଗ୍-୧୧ର ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଯେଉଁଥିରେ ଦଳକୁ ହେଜେଲଉଡ୍ ପୁଣି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ସ୍କଟ ବୋଲାଣ୍ଡ ଦଳରୁ ବାଦ୍ ପଡିଛନ୍ତି ।
ବର୍ଡର ଗାଭାସ୍କର ଟ୍ରଫି ଏବେ ୧-୧ରେ ବରାବର ଅଛି । ତେଣୁ ଗାବା ଟେଷ୍ଟରେ ଜିତାପଟ ହାସଲ କରି ଉଭୟ ଦଳ ସିରିଜରେ ଲିଡ୍ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଖାସ୍ କରି ଟିମ୍ ଇଣ୍ଡିଆ ଗାବାରେ ପୁଣିଥରେ ବିଜୟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଏଥର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରି ପଡିଆକୁ ଓହ୍ଲେଇବ, ତେଣୁ ଟିମ୍ ଇଣ୍ଡିଆ କେଉଁ କେଉଁ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି ।
🇦🇺 Josh Hazlewood returns for the third Test and Scott Boland makes way.
— bet365 AUS (@bet365_aus) December 13, 2024
What changes would you have made? 👇#AUSvINDpic.twitter.com/lFSJsU0oHc
କୁହାଯାଉଛି, ଭାରତୀୟ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ ହେଇପାରେ । ଚୂଡାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି ଆର୍ ଅଶ୍ୱିନୀ ଏବଂ ହର୍ଷିତ ରାଣା । ତାଙ୍କ ବଦଳରେ ଓ୍ୱାସିଂଟନ୍ ସୁନ୍ଦର ଏବଂ ଆକାଶ ଦୀପଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି ।