କନକ ବ୍ୟୁରୋ: ବର୍ଡର ଗଭାସ୍କର ସିରିଜ୍ର ଅନ୍ତିମ ଟେଷ୍ଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର । ପ୍ରଥମ ଇନିଂସରେ ଭାରତ ମାତ୍ର ୧୮୫ ରନ୍ କରି ପାରିଥିଲା । ଏହାର ଜବାବ୍ରେ ଅଷ୍ଟ୍ରେଲିଆ ମାତ୍ର ୧୮୧ ରନ୍ ହିଁ କରି ପାରିଛି । ଭାରତକୁ ୪ ରନ୍ର ଲିଡ୍ ମିଳିଥିବା ବେଳେ ଏବେ ଆରମ୍ଭ ଭାରତର ଦ୍ୱିତୀୟ ଇନିଂସ ।
ସିଡ୍ନୀରେ ବର୍ଡର ଗଭାସ୍କର ସିରିଜ୍ର ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଉଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଶପ୍ରୀତ୍ ବୁମ୍ରା ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେଇଛନ୍ତି । ତେବେ କ୍ୟାପ୍ଟେନ୍ଙ୍କ ସମେତ ଭାରତର ପେସ୍ ବ୍ୟାଟେରୀ ଦମ୍ଦାର୍ ପ୍ରଦର୍ଶନ କରିଛି । ଫଳର ଅଷ୍ଟ୍ରେଲିଆ ଦଳ ମାତ୍ର ୧୮୧ ରନ୍ ହିଁ କରି ପାରିଛି । ଅଷ୍ଟ୍ରେଲିଆ ପକ୍ଷରୁ ୱେବ୍ଷ୍ଟର୍ ସର୍ବାଧିକ ୫୭ ରନ୍ କରିଥିଲେ । ଏହାପରେ ଷ୍ଟିଭ୍ ସ୍ମିଥ୍ ୩୩ ଓ ସାମ୍ କନ୍ଷ୍ଟାନ୍ସ ୨୩ ରନ୍ ହିଁ କରି ପାରିଥିଲେ । ସେପଟେ ପ୍ରସିଦ୍ଧ କ୍ରୀଷ୍ଣା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜଶପ୍ରୀତ ବୁମ୍ରା ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ସିଡ୍ନୀ ଟେଷ୍ଟ୍ରେ ଜଶପ୍ରୀତ୍ ବୁମ୍ରା ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସ୍କାନ୍ ପାଇଁ ନିଆଯାଇଥିବା ନେଇ ରିପୋର୍ଟ ଆସିଛି । ତେବେ ତାଙ୍କ ଆହତ ସମସ୍ୟା କେତେ ଗମ୍ଭୀର ତାହାକୁ ନେଇ କୌଣସି ରିପୋର୍ଟ ଏଯାଏଁ ଆସିନି । ସିଡ୍ନୀ ଟେଷ୍ଟ୍ରେ ବିଜୟ ହାସଲ କରିବାକୁ ଜୋର୍ ଲଗାଇଛି ଭାରତୀୟ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/04/jYmqw3PJziGqtQ3eDWCX.jpg)