କନକ ବ୍ୟୁରୋ : ଏଆଇ ଇଞ୍ଜିନିୟର ସୁଇସାଇଡ୍ ମାମଲାରେ ସ୍ତ୍ରୀ ନିକିତା ସିଙ୍ଘାନିଆ, ଶଳା ଅନୁରାଗ, ଶାଶୁ ନିଶା ସିଙ୍ଘାନିଆଙ୍କୁ ମିଳିଲା ବେଲ୍ । ସିଟି ସିଭିଲ୍ କୋର୍ଟ ଦେଇଛି ବେଲ୍ । ଏହି ତିନି ଜଣଙ୍କୁ ପୋଲିସ୍ ପ୍ରୟାଗରାଜ ଏବଂ ଗୁରୁଗ୍ରାମରୁ ଗିରଫ କରିଥିଲା । ନିକିତା ଏବଂ ତାଙ୍କ ପରିବାର ଉପରେ ଅତୁଲଙ୍କ ମାନଶିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଲାଗିଥିଲା । ଏହି ମାମଲାରେ ଅତୁଲ ମୃତ୍ୟୁ ପୂର୍ବରୁ ଏକ ଲମ୍ବା ସୁଇସାଇଡ ନୋଟ ଲେଖି ଭିଡିଓ କରିଥିଲେ । ଯାହାର ଆଧାରରେ ସ୍ତ୍ରୀ ନିକିତା, ଶାଶୁ ଏବଂ ଶଳାଙ୍କୁ ଗିରଫ କରିଥିଲା ପୋଲିସ୍ । ଏହା ପରେ ନିଜ ଓକିଲ ମାଧ୍ୟମରେ ବେଲ୍ ପାଇଁ ଆବେଦନ କରିଥିଲେ ।
ଶିକ୍ଷିତ, ପ୍ରତିଷ୍ଠିତ କମ୍ପାନୀରେ ବଡ ପଦରେ ଥିଲେ ଅତୁଲ ସୁଭାଷ । ଦୁନିଆକୁ ଦେଖାଇବାକୁ ହସୁଥିଲେ କିନ୍ତୁ ମନରେ ଚାପି ଧରିଥିଲେ ଅସମ୍ଭାଳ ଦୁଖ । ।ଡିସେମ୍ବର ୯ରେ ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କଲେ । ୮୦ ମିନିଟରେ ଏକ ଭିଡିଓ ବନାଇ ସେହି ସବୁ କଥା କହିଲେ ଯାହାକୁ ସେ ଦୀର୍ଘଦିନ ଧରି ସହି ଆସୁଥିଲେ । କାହିଁକି ସେ ଆତ୍ମହତ୍ୟା ପାଇଁ ବାଧ୍ୟ ହେଲେ? କେମିତି ପତ୍ନୀ ଓ ତାଙ୍କ ସର୍ମ୍ପକୀୟଙ୍କଠୁ ଦୀର୍ଘଦିନ ଧରି ନିର୍ୟାତନା ସହୁଥିଲେ? ତାଙ୍କ ମୃତ୍ୟୁ ପରେ ପରିବାର,ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକଡିଂ କରିଥିଲେ ଅତୁଲ ସୁଭାଷ ।