କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଦ୍ବିତୀୟ ଅଧିବେଶନରେ ‘ଜଳବାୟୁ ବିପର୍ଯ୍ୟୟ- ଅର୍ଥନୈତିକ କ୍ଷତିର ପ୍ରତିରୋଧକ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ନିଜର ମତ ରଖିଛନ୍ତି ୟୁଏନ୍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର । ସେ କହିଛନ୍ତି , ପ୍ରାକୃତିକ ବିପର୍ଯ୍ୟୟ କଥା ଚିନ୍ତା କରିବା ବେଳେ ସାଧାରଣତଃ ଆମେ ଗ୍ରାମାଞ୍ଚଳ କଥା ଭାବୁ, ହେଲେ ସହରାଞ୍ଚଳ କଥା ଭୁଲିଯାଉ । ଏହି ସମୟରେ ସହରାଞ୍ଚଳ ପ୍ରତି ବି ଧ୍ୟାନ ଦିଆଯାଉ ।
ସେ ଆହୁରି କହିଛନ୍ତି ଯେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସହରାଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ । ଲୋକଙ୍କ କ୍ଷତିଭରଣା ଲାଗି କ୍ଷୁଦ୍ର ବ୍ୟବସାୟୀ ଓ କର୍ମଚାରୀମାନଙ୍କ ପାଇଁ ସହରରେ ଥଣ୍ଡା ବିଶ୍ରାମାଗାରର ବ୍ୟବସ୍ଥା କରାଯିବା ଉଚିତ । ଦ୍ବିତୀୟତଃ ଏକ ଡାଟା ବେସ୍ ମ୍ୟାନେଜମେଣ୍ଟ ବି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ପରେ ନିର୍ଦ୍ଦିଷ୍ଟ ଅଞ୍ଚଳର ବିପଦ ମୂଲ୍ୟାଙ୍କନ ଜରୁରୀ , ସରକାର ଜଳବାୟୁ ସ୍ଥିରତା ବିଷୟରେ ଚିନ୍ତା କରିବା ଉଚିତ ।
୧୯୯୯ ମହାବାତ୍ୟା କଥା ମନେପକାଇ ଆଭା ମିଶ୍ର କହିଛନ୍ତି, ମୁଁ ସେହି ମହାବାତ୍ୟା ନିଜ ଆଖିରେ ଦେଖିଥିଲି । ସେଠି ବହୁ ଘର ଭାଙ୍ଗିଯାଇଥିଲା , ଲୋକଙ୍କର ଅର୍ଥନୀତି କ୍ଷୟ ହୋଇଥିଲା । ସେଠାରେ କିପରି ଘର ତିଆରି ହୋଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/08/abha-misra-2025-10-08-15-31-14.png)