କନକ ବ୍ୟୁରୋ : ସକାଳୁ ସକାଳୁ ସାମ୍ନାକୁ ଆସିଲା ବଡ ଖବର । ବଲିଉଡ୍ ଅଭିନେତା ସେଫ୍ ଅଲ୍ଲୀ ଖାନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ ।
ଛୁରାମାଡ ପରେ ସେଫ୍ ଅଲ୍ଲୀ ଖାନଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ତେବେ ଅଭିନେତା ସେଫ୍ ଅଲ୍ଲୀ ଖାନ୍ ଏବେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି ।