ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ, ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ । ସନାତନ ଧର୍ମର ଅପମାନକୁ ସହିବନି ଭାରତ କହିଲେ ଆକ୍ରମଣକାରୀ ଓକିଲ । ରାକେଶ କିଶୋରଙ୍କୁ ନିଲମ୍ବନ  କଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । 

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ । ସନାତନ ଧର୍ମର ଅପମାନକୁ ସହିବନି ଭାରତ କହିଲେ ଆକ୍ରମଣକାରୀ ଓକିଲ । ରାକେଶ କିଶୋରଙ୍କୁ ନିଲମ୍ବନ  କଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । 

BR Gawai

କନକ ବ୍ୟୁରୋ: ଆଜି ପ୍ରଧାନ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କୋର୍ଟ ଚାଲିଥିବା ବେଳେ ପ୍ରଧାନ ବିଚାରପତିଙ୍କ ଉପରେ ଓକିଲ ପୋଷାକ ପନ୍ଧିଥିବା ଜଣେ ବ୍ୟକ୍ତି କିଛି ଜିନିଷ ଫିଙ୍ଗିବାକୁ ଚେଷ୍ଟା କରିଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ସୁରକ୍ଷାକର୍ମୀ କାବୁ କରିନେଇଛନ୍ତି । ଏଥିପାଇଁ କିଛି ମିନିଟ୍ ଲାଗି କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାକୁ ଆଇନଜୀବୀମାନେ ନିନ୍ଦା କରିଛନ୍ତି ।

ସୋମବାର ସକାଳ ବେଳା ସ୍ୱାଭାବିକ ଚାଲିଥିଲା ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରୁଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ବି. ଆର୍. ଗବାଇ । ହଠାତ୍ ଜଣେ ବ୍ୟକ୍ତି ତାଙ୍କ ଉପରକୁ କିଛି ଜନିଷ ଫିଙ୍ଗିଥଲେ । କେହି ଏହି ଜିନିଷକୁ ଜୋତା କହୁଥିବା ବେଳେ ଆଉ କେହି ଏକ କାଗଜ ବିଡ଼ା ବୋଲି କହୁଛନ୍ତି । ଓକିଲ ପୋଷାକ ପିନ୍ଧିଥିବା ଏହି ବ୍ୟକ୍ତିଙ୍କୁ ସଙ୍ଗେସଙ୍ଗେ ସୁରକ୍ଷାକର୍ମୀ କାବୁ କରିନେଇଥିଲେ । ବାହାରକୁ ନେବା ବେଳେ ସେ ବ୍ୟକ୍ତି ଜଣକ ‘ସନାତନ ଧର୍ମ କା ଅପମାନ ନେହି ସହେଗା ହିନ୍ଦୁସ୍ତାନ’ ବୋଲି କହୁଥିବା କିଛି ଓକିଲ ଶୁଣିଥିବା କହିଛନ୍ତି ।  

ଏହା ସତ୍ତ୍ୱେ ପ୍ରଧାନ ବିଚାରପତି ଜଷ୍ଟିସ୍ ଗବାଇ ବିଚଳିତ ନହୋଇ ନିଜେ କାର୍ଯ୍ୟ ଜାରି ରଖିବା ସହିତ ଓକିଲଙ୍କୁ କାମ ଜାରି ରଖିବାକୁ କହିଥିଲେ । ‘ଆମେ ଏଥିରେ ବିଚଳିତ ହେଉନାହୁଁ’ ବୋଲି କହିଥିଲେ । ପୂର୍ବରୁ ଏକ ମାମଲାରେ ଜଷ୍ଟିସ ଗବାଇଙ୍କ ମନ୍ତବ୍ୟକୁ ନେଇ ଆଜି ଏପରି ଘଟିଥିବା ମନେ କରାଯାଉଛି । ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ଏକ ଭଙ୍ଗା ମୂର୍ତ୍ତିର ପୁନଃନିର୍ମାଣ ପାଇଁ ହୋଇଥିବା ମାମଲାରେ ଜଷ୍ଟିସ୍ ଗବାଇ କହିଥିଲେ ଯେ, ତୁମ ଭଗବାନଙ୍କୁ କୁହ । ପରେ ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି ବୋଲି ଜଷ୍ଟିସ ଗବାଇ ସ୍ପଷ୍ଟୀକରଣ ଦେଇଥିଲେ ବି ଏହି ଆକ୍ରମଣ ପଛରେ ଆକ୍ରୋଶ ରହିଛି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe