କନକବ୍ୟୁରୋ :  ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କ ପ୍ରତି ଆକ୍ରମଣ ।  ୭ଦିନ ଭିତରେ ୩ଟି ବଡ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଜଣେ  ଯୁବକଙ୍କୁ ମରଣାତକ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଦୁବୁର୍ତ୍ତ ।  ଘଟଣା ଆୟର୍ଲାଣ୍ଡର ରାଜଧାନୀ ଡବଲିନର । 

Advertisment

ଚାକିରି ପାଇ ୩ ସପ୍ତାହ ପୂର୍ବରୁ ଡବଲିନରେ ପହଁଚିଥିଲେ ଯୁବକ ।  ରାସ୍ତା ଉପରେ ଛିଡା ହୋଇଥିବା ବେଳେ କିଛି ଅଜଣା ଲୋକ ତାରଙ୍କ ନିକଟକୁ ଆସି ନିର୍ଧୁମ ମାଡ ମାରିଥିଲେ ।   ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ମୁହଁପାଟିବା ଓ ହାତ ଭାଙ୍ଗିଥିବା ସୂଚନା ରହିଛି ।

ଘଟଣା ସୋସିଆଲ ମିଡିଆରେ ପ୍ରକାଶ କରିବା ସହ ସହ ସହାୟତା ପାଇଁ ଭାରତୀୟ ଦୂତାବାସକୁ ଅପିଲ କରିଥିଲେ । ତେବେ ଘଟଣାକୁ ନେଇ ଭାରତୀୟଙ୍କ ମନରେ ପ୍ରବଳ ଆକ୍ରୋଶ ଦେଖାଦେଇଛି ।  ନିକଟରେ ଆୟାର୍ଲାଣ୍ଡର ୱାଟରଫୋର୍ଡରେ ଜଣେ ଛଅ ବର୍ଷର  ଭାରତୀୟ ଝିଅକୁ ତାଙ୍କ ଘର ବାହାରେ କିଛି ପୁଅ ଜାତିଗତ ଆକ୍ଷେପ କରିବା ସହିତ ଆକ୍ରମଣ କରିଛନ୍ତି ।  

ଏହି ଘଟଣା ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଆକ୍ରମଣକାରୀମାନେ ଡାର୍ଟି ଇଣ୍ଡିଆନ, ଭାରତକୁ ଫେରିଯାଅ  ବୋଲି ଚିତ୍କାର କରି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ଼ ମାରିଥିଲେ। ।  ଏହା ପୂର୍ବରୁ ଡବଲିନରେ ଟ୍ୟାକ୍ସି ଡ୍ରାଇଭରବାଭବେ କାମ କରୁଥିବା ଜଣେ ଭାରତୀୟଙ୍କ ବ୍ୟକ୍ତିଙ୍କୁ ମାଡ ମାରିବା ସହ ଭାରତ ଫେରିଯିବାକୁ କୁହାଯାଇଥିଲା । ଏବେ ପ୍ରଶ୍ନ ଉଠିପାରେ କାହିଁକି ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କ ପ୍ରତି ଆକ୍ରମଣ

ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କୁ ଆକ୍ରମଣ
-୭ଦିନ ଭିତରେ ୩ଜଣ ଭାରତୀୟଙ୍କୁ ଆକ୍ରମଣ
-ଜଣେ ଯୁବକ, ଜଣେ ବୟସ୍କ ଓ ଜଣେ ଶିଶୁ ଉପରେ ଆକ୍ରମଣ

-ଅଜଣା ବ୍ୟକ୍ତି ହଠାତ ଆକ୍ରମଣ କରୁଛନ୍ତି ଓ ଭାରତ ଫେରିଯିବାକୁ କହୁଛନ୍ତି
-ଅଶାଳୀନ ଭାଷାରେ ଗାଳି କରୁଛନ୍ତି, ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି
-ଜାତିଗତ ବିଦ୍ବେଷ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି
-ଆୟର୍ଲାଣ୍ଡରେ ବିଦେଶୀଙ୍କ ନିଯୁକ୍ତି ମଧ୍ୟ ଆଉ ଏକ କାରଣ