କନକ ବ୍ୟୁରୋ: ବିଦେଶରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ । ଶନିବାର ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ସେଣ୍ଟ୍ରାଲ୍ ସ୍କୋୟାର ସପିଙ୍ଗ୍ ସେଣ୍ଟର ବାହାରେ ପାଞ୍ଚ ଜଣ ନାବାଳକ ଜଣେ ଭାରତୀୟ ବଂଶୋଦ୍ଭବ ସୌରଭ ଆନନ୍ଦଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ସୌରଭଙ୍କ ହାତ କାଟି ଦେଇଥିଲା । ସୌରଭ କହିଛନ୍ତି, ସେ ସନ୍ଧ୍ୟାରେ ଔଷଧ ଦୋକାନରୁ ଔଷଧ ନେଇ ଫେରୁଥିଲେ । ଏହି ସମୟରେ, ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିଲେ । ହଠାତ୍ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପାଞ୍ଚ ଜଣ ତାଙ୍କୁ ପଛରୁ ଆକ୍ରମଣ କରିଥିଲେ । ଜଣେ ତାଙ୍କ ପକେଟ ଖୋଜିବା ବେଳେ ଅନ୍ୟଜଣେ ତାଙ୍କୁ ମୁଥ ମାରିଥିଲା । ତୃତୀୟ ଜଣକ ତାଙ୍କ ବେକରେ ଛୁରି ଲଗାଇଥିଲା । ସୌରଭ ମୁକାବିଲା ପାଇଁ ହାତ ଉଠାଇଥିଲେ । ଛୁରିରେ ତାଙ୍କ ହାତ କାଟି ଦିଆଯାଇଥିଲା । ସୌରଭଙ୍କ ଚିତ୍କାର ଶୁଣି କିଛି ଲୋକ ଜରୁରିକାଳୀନ ସେବାକୁ ଫୋନ୍ କରିଥିଲେ । ପୁଲିସ୍ ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କୁ ଅଟକ ରଖିଛି । ଜଣେ ୧୪ ବର୍ଷୀୟ ଅଭିଯୁକ୍ତ ବିରୋଧରେ ଗୁରୁତର ଆଘାତ, ଡକାୟତି ଏବଂ ବେଆଇନ ଆକ୍ରମଣ ଅଭିଯୋଗ ଲାଗିଛି । ୪ ଦିନ ପୂର୍ବେ ଅଷ୍ଟ୍ରେଲିଆର ଆଡିଲେଡ୍ ସହରରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ନିର୍ମମ ଆକ୍ରମଣ ହୋଇଥିଲା । ସେତେବେଳେ ସେ ତାଙ୍କ ପତ୍ନୀଙ୍କ ସହିତ ସହରର ଆଲୋକ ଶୋ ଦେଖିବାକୁ ଏକ କାରରେ ଯାଇଥିଲେ । କିଣ୍ଟୋର ଆଭେନ୍ୟୁ ନିକଟରେ ରାତି ୯ଟାରେ କାର ପାର୍କିଂକୁ ନେଇ ସ୍ଥାନୀୟ ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।
ବିଦେଶରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ: ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ସେଣ୍ଟ୍ରାଲ୍ ସ୍କୋୟାର ସପିଙ୍ଗ୍ ସେଣ୍ଟର ବାହାରେ କାଟିଲେ ହାତ
ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ସୌରଭଙ୍କ ହାତ କାଟି ଦେଇଥିଲା । ସୌରଭ କହିଛନ୍ତି, ସେ ସନ୍ଧ୍ୟାରେ ଔଷଧ ଦୋକାନରୁ ଔଷଧ ନେଇ ଫେରୁଥିଲେ । ଏହି ସମୟରେ, ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିଲେ । ହଠାତ୍ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
/kanak/media/media_files/2025/07/27/we-2025-07-27-15-16-35.jpg)