କନକ ବ୍ୟୁରୋ : ଫ୍ଲୋରିଡାରେ ଭାରତୀୟଙ୍କୁ ମରଣାତକ ଆକ୍ରମଣ । ୱାଲିଂଟନରେ ରହୁଥିବା ପ୍ରବାସୀ ଭାରତୀୟ ନର୍ସଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଲହୁଲୁହାଣ କରିଛନ୍ତି ଜଣେ ଦୁର୍ବୃତ୍ତ । ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ କିନ୍ତୁ ନର୍ସ ଷ୍ଟିପେନଙ୍କ ଅବସ୍ଥାର ଗମ୍ଭୀର ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ପୁଲିସର ସୂଚନା ଅନୁସାରେ ଷ୍ଟିପେନ କାମ ସାରି ଫେରୁଥିବା ସମୟରେ ହଠାତ ଯୁବକ ତାଙ୍କ ନିକଟକୁ ପହଁଚି ତାଙ୍କୁ ଗାଳିଗୁଳଜ କରିଥିଲେ । ଏପରିକି ବର୍ଣ୍ଣବୈଷମ୍ୟତାକୁ ନେଇ ଟିପ୍ପଣୀ ଦେଇଥିଲେ । ଷ୍ଟିପେନ ଏହାକୁ ବିରୋଧ କରିବାରୁ ଲୁହାରଡରେ ପିଟିବା ସହ ତାଙ୍କ ମୁହଁ ହାଡକୁ ଭାଙ୍ଗିଥିଲେ ଦୁର୍ବୃତ୍ତ । ବିଦେଶରେ ବିଶେଷ କରି ଆମେରିକାରେ ଭାରତୀୟଙ୍କ ଉପରେ ବଢ଼ୁଛି ଆକ୍ରମଣ ଘଟଣା । ୨୦୨୩ରେ ୧୮ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୨୪ ଆରମ୍ଭରୁ ମଧ୍ୟ ସମାନ ଘଟଣା ପୁଣି ଘଟିବା ଚିନ୍ତାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/03/05/a6YL6WyXcmIDRe5AVBH1.jpg)