କନକ ବ୍ୟୁରୋ: ବାଂଲାଦେଶରେ ଅହସ୍ୟ ହେଉଛି ହିନ୍ଦୁଙ୍କ ଉପରେ ଆକ୍ରମଣ । ଦିନକୁ ଦିନ ବଢୁଛି ଅତ୍ୟାଚାର । ହିନ୍ଦୁ ବିରୋଧୀ ହିଂସାର ପ୍ରତିବାଦ ସ୍ବର ସବୁଠି ଦେଖିବାକୁ ମିଳିଲାଣି । ବାଂଲାଦେଶ ସରକାରର ଅନ୍ତରୀଣ ମୁଖ୍ୟଙ୍କ ବିରୋଧରେ ଓଡ଼ିଶାରେ ଜୋରସୋରରେ ହେଲାଣି ଆନ୍ଦୋଳନ । ରାଜଧାନୀ ଭୁବନେଶ୍ବର ସମେତ ସମ୍ବଲପୁରରେ ବି ଉଠିଛି ପ୍ରତିବାଦର ସ୍ବର । ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।
ଭୁବନେଶ୍ବରରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ସଭା କରାଯାଇଛି । ଏଥିରେ ଏକାଠି ହୋଇଥିଲେ ହଜାର ହଜାର ସାଧୁସନ୍ଥଙ୍କ ସହ ବିଭିନ୍ନ ହିନ୍ଦୁ ସଂଗଠନ । ସେହିପରି ସମ୍ବଲପୁରରେ ସନାତନ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ରାଲି ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିରରୁ ବାହାରି ସହର ଦେଇ ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରତିବାଦ କରିଥିଲେ ଶତାଧିକ ସନାତନୀ।
ହିନ୍ଦୁଙ୍କ ଉପରେ ଆକ୍ରମଣ କାହିଁକି?
ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ
ଦିନକୁ ଦିନ ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ
ଭାଙ୍ଗୁଛନ୍ତି ଘର ଦ୍ୱାର, ପୋଡ଼ି ଦେଉଛନ୍ତି ଆସବାବପତ୍ର
ମନ୍ଦିର ଭାଙ୍ଗିବା ସହ ଦେବାଦେବୀଙ୍କ ପ୍ରତିମାକୁ କରୁଛନ୍ତି ନଷ୍ଟ
ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ବିଫଳ ଅନ୍ତରୀଣ ସରକାର
ଶେଖ୍ ହସିନାଙ୍କ ଦେଶ ଛାଡ଼ିବା ପରେ ଅସୁରକ୍ଷିତ ହିନ୍ଦୁ
ଅଗଷ୍ଟ ମାସରୁ ବଢ଼ିଛି ହିନ୍ଦୁଙ୍କ ବିରୋଧରେ ନିର୍ୟାତନା
ଅଗଷ୍ଟ ୫ରୁ ଅକ୍ଟୋବର ୨୨ ମଧ୍ୟରେ ୮୮ଟି ମାମଲା
Follow Us