କନକ ବ୍ୟୁରୋ : ଦିନ ଦ୍ବିପ୍ରହରରେ ନେତାଙ୍କ ଉପରକୁ ଆକ୍ରମଣ । ଅନୁଗୁଳ ଜିଲ୍ଲା ଟାଉନ୍ ଥାନା ଗାନ୍ଧୀମାର୍ଗ ନିକଟରେ ବିଜେପି କର୍ମୀ ପାର୍ଥସାରଥୀ ପ୍ରଧାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଧାରୁଆ ଅସ୍ତ୍ରର ଚୋଟରେ ଗୁରୁତର ହୋଇଛନ୍ତି ପାର୍ଥ । ଆକ୍ରମଣରେ ଛାତି ଓ ପିଠିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ସବୁଦିନ ପରି ପାର୍ଥସାରଥୀ ଜିମରୁ ଫେରୁଥିଲେ । ତେବେ ଟାଉନ୍ ଥାନା ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ହଠାତ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ପାର୍ଥଙ୍କ ଠାରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଏହା ରାଜନୈତିକ ଆକ୍ରୋଶ ନା ପୂର୍ବ ଶତ୍ରୁତା, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆକ୍ରମଣକାରୀଙ୍କୁ ପାର୍ଥସାରଥୀ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ସେପଟେ ପୁଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରାଜନୀତିରେ ନେତାମାନଙ୍କ ଉପରକୁ ବାରମ୍ବାର ଆକ୍ରମଣ ପୁଲିସ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଜେପି ନେତାଙ୍କୁ ଆକ୍ରମଣ ଅନୁଗୁଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଜେପି କର୍ମୀଙ୍କୁ ଆକ୍ରମଣ । ବିଚ୍ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ।
ବିଜେପି କର୍ମୀଙ୍କୁ ଆକ୍ରମଣ । କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିବା ପରେ ତାଙ୍କ ଠାରୁ ସୁନା ଚେନ ଲୁଟିନେଇଥିଲେ ।
/kanak/media/media_files/2025/01/27/Kz7fhUUT1Z8hqHvVtrkc.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)