ତୀବ୍ର ହେଉଛି ଋଷ୍ -ୟୁକ୍ରେନ ଯୁଦ୍ଧ  ; ଡାନ୍ୟୁବ୍ ନଦୀରେ ୟୁଏଭି ଡ୍ରୋନ୍ ଦ୍ବାରା ୟୁକ୍ରେନ୍ ନୌସେନା ଉପରେ  ଆକ୍ରମଣ

ତୀବ୍ର ହେଉଛି ଋଷ୍ -ୟୁକ୍ରେନ ଯୁଦ୍ଧ   । ଡାନ୍ୟୁବ୍ ନଦୀରେ ୟୁଏଭି ଡ୍ରୋନ୍ ଦ୍ବାରା ୟୁକ୍ରେନ୍ ନୌସେନା ଉପରେ  ଆକ୍ରମଣ ।  ଜଣେ କ୍ରୁ ସଦସ୍ୟ ମୃତ, ଅନେକ ନିଖୋଜ ।

79

କନକ ବ୍ୟୁରୋ: ଋଷ୍ ସୈନ୍ୟ ପ୍ରଥମ ଥର ପାଇଁ ୟୁଏଭି ଡ୍ରୋନ ବ୍ୟବହାର କରି ୟୁକ୍ରେନ୍ ନୌସେନାର ଜାହାଜ ଉପରେ ଆକ୍ରମଣ କରିଛି । ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନ ଅନୁଯାୟୀ, ଏହି ଆକ୍ରମଣ ଡାନ୍ୟୁବ୍ ନଦୀରେ ହୋଇଛି । ଜାହାଜ ସିମ୍ଫେରୋପୋଲ୍‌କୁ ରିମୋଟ୍ ନିୟନ୍ତ୍ରିତ ଛୋଟ ନୌକା ଦ୍ୱାରା ଆକ୍ରମଣ କରାଯାଇଛି, ଫଳରେ ୟୁକ୍ରେନ ଜାହାଜ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୟୁକ୍ରେନ୍ ନୌସେନା ଅନୁଯାୟୀ, ଏହି ଆକ୍ରମଣରେ ଜଣେ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି ଏବଂ୭-୮ଜଣ ସେନା ଅଧିକାରୀ ଆହତ ହୋଇଛନ୍ତି । ଅନ୍ୟ କେତେକ ସୈନିକ ନିଖୋଜ ଅଛନ୍ତି । ଋଷ୍ -ୟୁକ୍ରେନ୍ ସଂଘର୍ଷରେ ନୂଆ ପର୍ଯ୍ୟାୟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe