କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀର ସରକାରଙ୍କ ଦ୍ୱାରା ୨୫ଟି ପୁସ୍ତକ ନିଷିଦ୍ଧ । ‘ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ’ଜମ୍ମୁ ଓ କାଶ୍ମୀର ସରକାର କାଶ୍ମୀର ସମ୍ପର୍କିତ ୨୫ଟି ପୁସ୍ତକର ପ୍ରକାଶନ ଓ ବିତରଣକୁ ନିଷିଦ୍ଧ କରିଛନ୍ତି । ଏହି ପୁସ୍ତକଗୁଡ଼ିକରେ ଅରୁନ୍ଧତୀ ରାୟଙ୍କ ‘ଆଜାଦୀ’, ଏ.ଜି. ନୂରାନୀଙ୍କ ‘ଦି କାଶ୍ମୀର ଡିସପ୍ୟୁଟ ୧୯୪୭-୨୦୧୨’, ସୁମନ୍ତ୍ର ବୋସଙ୍କ ‘କାଶ୍ମୀର ଆଟ ଦି କ୍ରସରୋଡ଼ସ’ ଏବଂ ‘କଣ୍ଟେଷ୍ଟେଡ଼ ଲାଣ୍ଡସ’ ପରି ରାଜନୈତିକ ଓ ଐତିହାସିକ ପୁସ୍ତକ ଅନ୍ତର୍ଭୁକ୍ତ । ଜାମ୍ମୁ କାଶ୍ମୀର ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏହି ପୁସ୍ତକଗୁଡ଼ିକ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଛି ଏବଂ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବିପଦରେ ପକାଉଛି । ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଚନ୍ଦ୍ରାକର ଭାରତୀଙ୍କ ନିର୍ଦ୍ଦେଶରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି, ଏହି ପୁସ୍ତକଗୁଡ଼ିକ ଯୁବକମାନଙ୍କୁ ଭୁଲ ପଥକୁ ପରିଚାଳିତ କରୁଛି, ଆତଙ୍କବାଦୀଙ୍କୁ ଆଦର୍ଶ ଦର୍ଶାଉଛି ଏବଂ ସୁରକ୍ଷା ବାହିନୀଙ୍କୁ ଅପମାନିତ କରୁଛି । ଏହା ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୫୨, ୧୯୬ ଓ ୧୯୭ ଅନୁଯାୟୀ ଦଣ୍ଡନୀୟ ।
ଜମ୍ମୁରେ ପୁସ୍ତକ ଉପରେ ପ୍ରହାର
ଜମ୍ମୁ ଓ କାଶ୍ମୀର ସରକାର ୨୫ଟି ପୁସ୍ତକକୁ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ’ ଦେବାରୁ ନିଷିଦ୍ଧ କରରାଯାଇଛି
ନିଷିଦ୍ଧ ପୁସ୍ତକରେ ଅରୁନ୍ଧତୀ ରାୟ, ଏ.ଜି. ନୂରାନୀ, ସୁମନ୍ତ୍ର ବୋସଙ୍କ ରଚନା ଅନ୍ତର୍ଭୁକ୍ତ
ଜାମ୍ମୁ କାଶ୍ମୀର ଗୃହ ବିଭାଗର ଅଭିଯୋଗ, ଏହି ପୁସ୍ତକ ଯୁବକମାନଙ୍କୁ ପଥଭ୍ରଷ୍ଟ କରୁଛି
ପୁସ୍ତକଗୁଡ଼ିକ ଇତିହାସକୁ ବିକୃତ କରୁଛି ଓ ସୁରକ୍ଷା ବାହିନୀଙ୍କୁ ଅପମାନିତ କରୁଛି
ସରକାରଙ୍କ ମତରେ, ଏହି ପୁସ୍ତକଗୁଡ଼ିକ ଯୁବକମାନଙ୍କ ମନରେ ଅସନ୍ତୋଷ, ଆତଙ୍କବାଦୀଙ୍କୁ ହିରୋ ଭଳି ସଜାଯାଇଛି