କନକ ବ୍ୟୁରୋ : ଅଶାନ୍ତ ମଧ୍ୟପ୍ରାଚ୍ୟ । ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି । ପାଟଲା ଆକ୍ରମଣ କରିଛି ଇସ୍ରାଏଲ। ଟାର୍ଗେଟରେ ସୈନ୍ୟ ଠିକଣା । ଇରାନ୍ ଉପରେ ପ୍ରତିଶୋଧ ମୂଳକ ହମ୍ଲା କରିଛି ଇସ୍ରାଏଲ ସେନା । ଭୋରୁ ଇରାନର ସୈନ୍ୟ ଅଡ୍ଡା ଉପରେ ହୋଇଛି ବୋମା ବର୍ଷା । ୧୦୦ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଇରାନ ଆକ୍ରମଣର ପାଲଟା ଜବାବ ଦେଇ ରାଜଧାନୀରେ ତେହରାନ ଉପରେ ବୋମା ବର୍ଷା କରିଛି । ଅକ୍ଟୋବର ୧ ତାରିଖରେ ଇରାନ୍ କରିଥିବା ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ। ଆକ୍ରମଣରେ ଇରାନର ସେନା ଶିବିର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏହି ହମଲାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ମଧ୍ୟ ସ୍ପଷ୍ଟ କରିଛି । ଆଇଡିଏଫର ସୂଚନା ମୁତାବକ, ଇରାନର ସାମରିକ ବେସ୍ ସମେତ ତେହେରାନ ଏବଂ ଏହାର ଆଖପାଖ ସହରଗୁଡିକ ଉପରେ ବୋମା ମାଡ଼ କରାଯାଇଛି । ଇସ୍ରାଏଲର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ସେନା ୧୦୦ ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରି ଇରାନ ଏଫ-୩୫ ଫାଇଟର ଜେଟ୍ ଦ୍ୱାରା ୨ହଜାର କିଲୋମିଟର ଦୂର ଟାର୍ଗେଟକୁ ହିଟ୍ କରାଯାଇଥିଲା।
ଇସ୍ରାଏଲର ପ୍ରତିଶୋଧ,ଇରାନ ଉପରେ ବୋମା ବର୍ଷା
ଅଶାନ୍ତ ମଧ୍ୟପ୍ରାଚ୍ୟ, ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି
ଟାର୍ଗେଟରେ ଇରାନର ସୈନ୍ୟ ଠିକଣା
ଭୋରୁ ଇରାନ୍ର ସୈନ୍ୟ ଆଡ୍ଡାରେ ବୋମା ବର୍ଷା
୧୦୦ ଯୁଦ୍ଧ ବିମାନରେ ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍
ଇରାନ ଆକ୍ରମଣର ପାଲଟା ଜବାବରେ ତେହରାନରେ ଆକ୍ରମଣ
ତିନୋଟି ପର୍ୟ୍ୟାୟରେ ଆକ୍ରମଣ କରିଛି
ପ୍ରଥମେ ସୈନ୍ୟ ଠିକଣାରେ ଆକ୍ରମଣ
ଦ୍ବିତିୟରେ ମିସାଇଲ ଠିକଣାରେ ଆକ୍ରମଣ
ତୃତୀୟରେ ଡ୍ରୋନ ଠିକଣାରେ ଆକ୍ରମଣ
ଅକ୍ଟୋବର ୧ ତାରିଖରେ ଇରାନ୍ କରିଥିଲା ଆକ୍ରମଣ
ବର୍ତ୍ତମାନ ଜବାବ ଦେଇଛି ଇସ୍ରାଏଲ
ଇରାନର ସେନା ଶିବିର ବ୍ୟାପକ କ୍ଷତିଗ୍ରସ୍ତ ସୂଚନା
୧୦୦ ରୁ ଅଧିକ ଯୁଦ୍ଧ ବିମାନ ଜରିଆରେ ଆକ୍ରମଣ
ଏଫ-୩୫ ଫାଇଟର ଜେଟ୍ ଦ୍ୱାରା ୨ହଜାର କିଲୋମିଟର ଦୂର ଟାର୍ଗେଟ
ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ନିକଟରେ ଇସ୍ରାଏଲ ପକ୍ଷରୁ ଏକ ସୂଚନା ଦିଆଯାଇଥିଲା । ଆଇଡିଏଫ କହିଥିଲା ଯେ ଆମେରିକା ଦ୍ବାରା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ପ୍ରଘଟ ହୋଇଛି ତେଣୁ ଏବେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯିବା । ଏହି ବୟାନର କିଛି ଘଂଟା ମଧ୍ୟରେ ହିଁ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ଏବେ ଆସନ୍ତୁ ନଜର ପକାଇବା ଇରାନ ଉପରେ ଆକ୍ରମଣ ପୂର୍ବରୁ ଇସ୍ରାଏଲର ରଣନୀତି କ’ଣ ଥିଲା
ଇରାନଠୁ ଇସ୍ରାଏଲର ପ୍ରତିଶୋଧ
ପ୍ରଥମେ ଆକ୍ରମଣ ସ୍ଥଗିତ ଖବର ପ୍ରଚାର
କିଛି ଘଂଟା ଭିତରେ ଇରାନକୁ ଇସ୍ରାଏଲର ଟାର୍ଗେଟ
ଲଗାତାର ତିନୋଟି ପର୍ଯ୍ୟାୟରେ ଆକ୍ରମଣ
ପୂର୍ବ ତେହେରାନ ଓ ଇସଲାମିକ ରିଭିଲ୍ୟୁସନା ଗାର୍ଡ କପର୍ସ କମାଣ୍ଡଙ୍କୁ ଆକ୍ରମଣ
ଇସ୍ରାଏଲ ସେନା କୌଣସି ପରମାଣୁ ଠିକଣାରେ ଆକ୍ରମଣ କରିନି
ତେଲ ଓ ଇନ୍ଧନ ଉତ୍ପାଦନ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରିନି
ଭବିଷ୍ୟତରେ ସମସ୍ୟା ଉପଜିବା ଆଶଙ୍କା ସ୍ଥଳକୁ ଆକ୍ରମଣ କରିଛି --
ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଆମେରିକା ପ୍ରତିକ୍ରିୟା ରଖିଛି । ଆମରିକା କହିଛି ଇରାନକୁ ଚେତାବନୀ ଦେବା ସତ୍ବେ ଇସ୍ରାଏଲ ଉପରେ ଆକ୍ରମଣ କରି ମସ୍ତବଡ ଭୁଲ କରିଥିଲା । ଏବେ ଇସ୍ରାଏଲ ତାର ପ୍ରତିଶୋଧ ନେଇଛି । ବର୍ତ୍ତମାନ ହିସାବ ବରାବର ହୋଇଛି । ଜଣେ ଆମେରିକା ଅଧିକାରୀ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ ସୂଚନା ଦେଇ କହିଛନ୍ତି, ଇରାନ ଉପରେ ଆକ୍ରମଣ ହେବା ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥାକୁ ଏନେଇ ସୂଚନା ମିଳିଥିଲା । ମାତ୍ର ଏହି ଅପରେସନରେ ଆମେରିକା ସେନା ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ସାମିଲ୍ ହୋଇନାହିଁ । ଇସ୍ରାଏଲ୍ ଆକ୍ରମଣ ଉପରେ ଆମେରିକାର ହ୍ୱାଇଟ୍ ହାଉସ୍ କହିଛି ଯେ ଇସ୍ରାଏଲ ଆତ୍ମରକ୍ଷା ପାଇଁ ଇରାନରେ ଉପରେ ଏହି ଟାର୍ଗେଟ କରିଛି । ଚଳିତ ମାସ ଆରମ୍ଭରେ ତେହେରାନ ଇସ୍ରାଏଲଏ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଏହାର ଜବାବରେ ଇସ୍ରାଏଲ ଏହି ଆକ୍ରମଣ କରିଛି।ଇରାନ୍ ଗଣମାଧ୍ୟମ କହିଛି ଯେ, ଏହି ଆକ୍ରମଣ କୌଣସି ତୈଳ ଡିପୋ କିମ୍ବା ପରମାଣୁ ଅସ୍ତ୍ର ଠିକଣା ଉପରେ ହୋଇନାହିଁ । କେବଳ ସାମରିକ ବେସକୁ ଟାର୍ଗେଟ କରାଯାଇଛି। ଏୟାର ଡିଫେନ୍ସ ସିଷ୍ଟମ୍ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ଟାର୍ଗେଟ୍ କରି ତଳକୁ ଖସାଇ ଦେଇଛି । ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୧୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇରାନକୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ । ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ପ୍ରତିଶୋଧ ପରାୟଣ ପଦକ୍ଷେପ ନିଆଯାଇଛି ।
ଇରାନ ଉପରେ ଆକ୍ରମଣକୁ ନିନ୍ଦା କରିଛି ସାଉଦି ଆରବ । ଏହା ଅର୍ନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ ବୋଲି କହିଛି ସାଉଦି ଆରବ । ସେପଟେ ଇରାନ, ଇରାକ ଓ ଇସ୍ରାଏଲର ସମସ୍ତ ଏୟାରସ୍ପେଶକୁ ଅସ୍ଥାୟୀଭାବେ ବନ୍ଦ ରଖାଯାଇଛି । ଆକ୍ରମଣପରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁ । ଇସ୍ରାଏଲ ସେନା, ଗୁଇନ୍ଦା ବିଭାଗ ମୋସାଦ ମୁଖ୍ୟଙ୍କ ସହ ଆଲୋଚନା କରି ପରବର୍ତ୍ତ ସ୍ଥିତି ସମୀକ୍ଷା କରିଛନ୍ତି ।
ମଧ୍ୟପ୍ରାଚ୍ୟ ଉତେଜନା ଭିତରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଉତ୍ତରପ୍ରଦେଶରେ ଜଣେ ଚିତ୍ରଶିଳ୍ପୀ ଜୁବେନ ଖାନ ଚିତ୍ର ଆଙ୍କି ଲଢ଼େଇ ରୋକିବାକୁ ଅପିଲ କରିଛନ୍ତି । ଅତି ଆକର୍ଷଣୀୟ ଚିତ୍ରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଇରାନ ସବୋଚ ନେତାଙ୍କୁ ସ୍ଥାନ ଦିଆଯାଇଛି । ଜୁବେନ କହିଛନ୍ତି ଅଂହାକାର ଓ ପ୍ରତିଶୋଧ ଯୋଗୁଁ ହଜାର ସଂଖ୍ୟକ ନିରୀହ ଲୋକଙ୍କ ଜୀବନ ଯାଉଛି । ଯୁଦ୍ଧ ରୋକିବା ଉଚିତ ଓ ବିଶ୍ବ ସମୁଦାୟ ଏକାଠି ଆଗକୁ ଆସି ଏହି ଦିଗରେ ପଦକ୍ଷେପ ନେବା ଜରୁରୀ ।