କନକ ବ୍ୟୁରୋ :  ସେନା ଗାଡ଼ି ଉପରେ ଆକ୍ରମଣରେ ୨ ଯବାନ ସହିଦ । ମଣିପୁରର ରାଜଧାନୀ ଇମ୍ଫାଲ ଉପକଣ୍ଠରେ ଥିବା ବିଷ୍ଣୁପୁରରେ  ଆସାମ ରାଇଫଲ୍ସର ଗାଡ଼ି ଉପରେ ଏହି ଆକ୍ରମଣ ହୋଇଛି । ଉଗ୍ରବାଦୀଙ୍କ ଏହି ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଯବାନ ଆହତ ହୋଇଛନ୍ତି । ଏକ ମିନିବସରେ ଆସାମ ରାଇଫଲ୍ସର ୩୩ଜଣ ଯବାନ ଯାଉଥିବାବେଳେ ଉକ୍ତ ଗାଡ଼ି ଉପରକୁ ଆକ୍ରମଣ ହୋଇଛି । ବନ୍ଧୁକଧାରୀ ଉଗ୍ରବାଦୀ ଆଖିବୁଜା ଗୁଳିଚଳାଇଥିଲେ । ଏଥିରେ  ୨ ଜଣ ଯବାନ ସହିଦ ହୋଇଛନ୍ତି । ଆହତ ୫ ଯବାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ନିକଟସ୍ଥ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଛି । ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ଦ୍ର ସିଂ ଆକ୍ରମଣରେ ଯବାନ ସହିଦ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମଣିପୁରରେ ବହୁ ବର୍ଷ ଧରି ଉଗ୍ରବାଦୀ କାର୍ଯ୍ୟକଳାପ ରହି ଆସିଛି । ଏହାସହ ମୈତେୟୀ ଓ କୁକୁ ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ଅତୀତରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଥିଲା । ତେଣୁ ଏହି ଆକ୍ରମଣ ପରେ କାହାର ହାତ ରହିଛି, ସେନେଇ ସୁରକ୍ଷାକର୍ମୀ ଓ ଗୁଇନ୍ଦା ସଂସ୍ଥାର କର୍ମଚାରୀମାନେ ଖୋଳତାଡ଼ ଆରମ୍ଭ କରିଦେଇଛନ୍ତି ।  

Advertisment