କନକ ବ୍ୟୁରୋ : ଇଂଲଣ୍ଡରେ ଜାତିବାଦ ଆକ୍ରମଣ । ଶୁକ୍ରବାର ୨ ଜଣ ଶିଖ୍ଙ୍କ ଉପରେ ଆକ୍ରମଣ ହୋଇଛି । ଭାରତର ସ୍ବାଧୀନତା ଦିବସ ଅବସରରେ ଦୁଇଜଣ ଶିଖ ପୁରୁଷଙ୍କୁ ତିନି ଜଣ ଆକ୍ରମଣ କରିଥିଲେ । ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାଟି ୱୋଲଭରହାମ୍ପଟନ ରେଳ ଷ୍ଟେସନ ବାହାରେ ଘଟିଛି । ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପୀଡ଼ିତମାନେ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଆକ୍ରମଣକାରୀମାନେ ବାରମ୍ବାର ଗୋଇଠା ମାରିବା ସହ ଟଣା ଓଟରା କରୁଛନ୍ତି । ଏହି ସମୟରେ ଶିଖ୍ ଯୁବକଙ୍କ ପଗଡ଼ି ଖସିଯାଇଥିବା ଦେଖିବାକୁ ମିଳିଛି । ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି ।
ଇଂଲଣ୍ଡରେ ଜାତିବାଦ ଆକ୍ରମଣ : ୨ ଜଣ ଶିଖ୍ଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ୍
Advertisment
Follow Us