ସେନା ଶିବିରରେ ଆତଙ୍କୀ ଆକ୍ରମଣ; ଯବାନ ଗୁରୁତର

ଜମ୍ମୁ ଦାରବାର ସ୍ଥିତ ସଂଜୱାନ ଆର୍ମି ବେସ୍ ଆକ୍ରମଣ ଘଟଣାରେ ଜଣେ ଯବାନ ଗୁରୁତର ଆହତ ।ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି, ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ୍ ।

Army

କନକ ବ୍ୟୁରୋ: ଜମ୍ମୁକାଶ୍ମୀରାର ଥମୁନି ଆତଙ୍କବାଦୀ ଆକ୍ରମଣ । ସୂଚନା ଅନୁସାରେ ସଞ୍ଜୱାନ ଆର୍ମି ବେସ୍ ନିକଟରେ ଜୋରଦାର ଫାୟାରିଂ ଘଟଣା ସାମ୍ନାକୁ ଆସୁଛି । ଆର୍ମି ଅଧିକାରୀଙ୍କ ସୂଚନା ଅନୁସାରେ ସୋମବାର ଦିନ ୧୧ଟା ସମୟରେ ସଞ୍ଜୱାନ ଆର୍ମି ବେସ ବାହାରେ ଆତଙ୍କବାଦୀ ଆକ୍ରମଣ କରି ଫେରାର ହୋଇଥିଲେ । ଘଟଣା ପରେ ଆତଙ୍କୀଙ୍କ ଖୋଜ ଜାରି ରହିଛି । 

ବେସ୍ ଚାରିପଟେ ସର୍ଚ୍ଚ ଅପରେସନ କରାଯିବା ସହ ଘେରାବନ୍ଦୀ କରାଯାଇଛି । ବେସରେ ଥିବା ୩୬ ଇନଫ୍ରିଟି ବ୍ରିଗେଡକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଆତଙ୍କୀଙ୍କୁ ପାଲଟା ଜବାବ ଦେଇ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି । କିଛି ଦିନ ହେବ ଜମ୍ମୁକାଶ୍ମୀରରେ  ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ପାଇଛି । ଅନ୍ୟପଟେ ସରକାର ଆତଙ୍କୀଙ୍କ ମୁଳପୋଛ ପାଇଁ ଅପରେସନ ଅଲଆଉଟକୁ ଜୋରଦାର କରିଛନ୍ତି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୁରକ୍ଷା ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯିବାର କିଛି ଦିନ ପରେ ପୁଣି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe