କନକବ୍ୟୁରୋ : କୋଲକାତାରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ । ବିଜେପିର ଅଭିଯୋଗ ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ  ।  ଭିଡ଼ିଓ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୋଷ ଦେଇଛି ପଶ୍ଚିମବଙ୍ଗ ବିଜେପି  ।  କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁନ୍ଦର ଅଭିଯୋଗ କରିଛନ୍ତି ହିନ୍ଦୁ ଭକ୍ତଙ୍କୁ ଟାର୍ଗେଟ କରାଯାଇଛି  ।  କୋଲକାତାର ପାର୍କ ସର୍କନ ସେଭେନ ପଏଣ୍ଟ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ଫେରୁଥିବା ବେଳେ ଆକ୍ରମଣ କରାଯାଇଛି ।

Advertisment

ଶୋଭାଯାତ୍ରାରୁ ଫେରୁଥିବା  ସମୟରେ ଗେରୁଆ ରଙ୍ଗର ପତାକା ଥିବା ଗାଡି ଉପରେ ପଥର ବର୍ଷା ହୋଇଛି । ଏଥିସହ  ଟାର୍ଗେଟ କରି  ହିସାଂ କରାଯାଇଛି । ଏବଂ ପୋଲିସ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିବା ବେଳେ ପୋଲିସ ଚୁପ ରହିଥିବାର  ଅଭିଯୋଗ ମଧ୍ୟ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ  ।  ପଶ୍ଚିମବଙ୍ଗ ବିଜେପି ଗାଡି ଉପରକୁ ଆକ୍ରମଣ ପରର ଭିଡିଓ ସେୟାର କରିଛି ।  ବିପୁଳ ମାତ୍ରାରେ ପୋଲିସ ଉପସ୍ଥିତିରେ ଏଭଳି ଘଟିଥିବା କହିଛନ୍ତି  ପଶ୍ଚିମବଙ୍ଗ ବିଜେପି । ଏଥିସହ ମମତାଙ୍କ ବହୁ ଦିନର ସ୍ବପ୍ନ ପୂରା ହୋଇଛି ବୋଲି କହିଛି ବିଜେପି  । କିନ୍ତୁ କୋଲକାତା ପୋଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି  । ସେ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିବା ସହ ଗୁଜବ ଉପରେ ଗୁରତ୍ବ ନଦେବାକୁ ପରାମର୍ଶ ଦେଇଛି ।