କନକ ବ୍ୟୁରୋ : ସୀମା ଟପିଲେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ। ଗତକାଲି ଠାରୁ ଧାରଣାରେ ବସିଥିବା ୩୪ଟି ପଞ୍ଚାୟତର ଜନପ୍ରତିନିଧିଙ୍କୁ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ମାହାଙ୍ଗା ବ୍ଲକ ପରିସରରେ ପୋଲିସ ଲାଠି ଚାଳନା କରିଛି ।

Advertisment

ମାହାଙ୍ଗା ବ୍ଲକ ପ୍ରଶାସନର ଅବହେଳା ପ୍ରତିବାଦରେ ବ୍ଲକ ଅଫିସରେ ଧାରଣାରେ ବସିଛନ୍ତି ମାହାଙ୍ଗା ବ୍ଲକର ବିଭିନ୍ନ ସରପଞ୍ଚ ଓ ସମିତି ସଭ୍ୟ। ଖୋଦ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ ମଧ୍ୟ ଅହୋରାତ୍ର ଧାରଣାରେ ବସିଛନ୍ତି । ତେବେ ଜନ ପ୍ରତିନିଧି ମାନଙ୍କୁ ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।