କନକବ୍ୟୁରୋ: କେମିତି ହୋଇଥିଲା ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ । ଗତ ଶୁକ୍ରବାର ଆନନ୍ଦ ବଜାରରେ ସେବାୟତଙ୍କୁ ଜଣେ ଅଣସେବାୟତ ଆକ୍ରମଣ କରିଥିଲେ । ଆନନ୍ଦ ବଜାରରେ ରାବିଡ଼ି ବିକ୍ରିକୁ ନେଇ ହୋଇଥିଲା ଆକ୍ରମଣ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ପନ୍ତି ବଡ଼ୁ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ଶ୍ରୀମନ୍ଦିର ପ୍ରବେଶ ଉପରେ ବାରଣ କରାଯାଇଛି ।