କନକବ୍ୟୁରୋ : ଆମ ଆଦମୀ ପାର୍ଟି ମୁଖ୍ୟ ତଥା ନୂଆଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ନେଇ ତେଜିଲା ରାଜନୀତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଥିବା ବେଳେ ବିଜେପି ମଧ୍ୟ ଏହାର ଜବାବ ରଖିଛି ।

Advertisment

ବିକାଶପୁରୀ ଅଞ୍ଚଳରେ ପଦଯାତ୍ରା କରୁଥିବା ସମୟରେ କେଜ୍ରିୱାଲଙ୍କୁ କଳାପତାକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଥିଲେ ଦିଲ୍ଲୀ ବିଜେପି କର୍ମୀ । ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଏହି ସମୟରେ ବିଜେପି କର୍ମୀ ମାନେ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ ।

ଇଡ଼ି ସିବିଆଇ ଦ୍ବାରା ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ଅଟକାଇପାରିଲାନି ବିଜେପି, ତେଣୁ ଏବେ ପଦ୍ମ ଦଳ ହିଂସାକୁ ଆପଣାଇଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ସେପଟେ ଏହାର ଜବାବ ରଖିଛନ୍ତି ବିଜେପି ନେତା ।