ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଆକ୍ରମଣ ; ପୁଲିସ ପକ୍ଷରୁ ନିଆଗଲା ତୁରନ୍ତ ଆକ୍ସନ

ସାମ୍ୱାଦିକଙ୍କ ଉପରକୁ କରିଥିଲେ ଆକ୍ରମଣ । ଅଭିଯୋଗ ପରେ ତୁରନ୍ତ ଆକ୍ସନ ନେଲା ପୁଲିସ୍‌,ତଦନ୍ତ ପରେ ଦୋଷୀମାନଙ୍କୁ କରାଗଲା ଗିରଫ ।

3େୋ

Photograph: (kanaknews)

କନକ ବ୍ୟୁରୋ : ମହଙ୍ଗା ପଡିଲା ସାମ୍ବାଦିଙ୍କୁ ଆକ୍ରମଣ । ୪ ବାଉନ୍ସରଙ୍କୁ ମୁଣ୍ଡନ କରି ସହର ବୁଲାଇଲା ପୁଲିସ । ଛତିଶଗଡ଼ରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ରାୟପୁର ସ୍ଥିତ ମକେହାରା ଡକ୍ଟର ଭିମରାଓ ମେମୋରିଆଲ ସରକାରୀ ମେଡିକାଲରେ ରୋଗୀ ସେବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିଲେ କିଛି ସାମ୍ବାଦିକ । ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ ଧମକ ଚମକ ଦେଇଥିଲେ । ଏହାସହ ବନ୍ଧୁକ ଦେଖାଇଥିଲେ । ଏହାର ପ୍ରତିବାଦରେ ଗତ କାଲି ବିଳମ୍ବିତ ରାତି ଯାଏଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରି ଥିଲେ ସାମ୍ବାଦିକ ମାନେ । ତେବେ ପୁଲିସ ଗତ କାଲି ରାତିରେ ହିଁ ୪ ବାଉନସରକୁ ଉଠାଇ ଆଣିଥିଲେ । ଆଜି ସମସ୍ତ ବାଉନସରଙ୍କ ମୁଣ୍ଡନ କରି ଏମିତି ସହର ବୁଲାଇଥିଲା ରାୟପୁର ପୁଲିସ ।

ଏପଟେ ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଳା ପୁଲିସ I ଅଭିଯୁକ୍ତ ଅବିନାଶ ଦଳେଇ ଓ ରକି ଜେନାଙ୍କ ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଥିବା ଜଣାପଡ଼ିଛି । ପୁଇଁନ୍ତଳା ଥାନା କୁଲଥିପାଲି ଗାଁରେ ଗତ ଶୁକ୍ରବାର ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ୱାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ । ଗାର୍ଡୱାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଥିଲା । ସେହି ଖବର ସଂଗ୍ରହ କରିବା ସମୟରେ ସାମ୍ୱାଦିକ ବିଜୟ ପ୍ରଧାନଙ୍କୁ ହାତ ବାନ୍ଧି ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ଦୁର୍ନୀତିଗ୍ରସ୍ତ ଠିକାଦାର ଓ ତାଙ୍କ ଗୁଣ୍ଡାମାନେ । ପ୍ରାୟ ଦୁଇ ଘଣ୍ଟା ଧରି ଗାଁଦାଣ୍ଡରେ ମାଡ଼ ମାରିବା ପରେ ମନ୍ଦିରକୁ ନେଇ ଖବର ପ୍ରସାରଣ ନକରିବାକୁ ଶପଥ କରାଇଥିଲେ ଅଭିଯୁକ୍ତମାନେ । ଏନେଇ ପୁଇଁନ୍ତଳା ଥାନାରେ ଏତଲା ଦେଇଥିଲେ ବିଜୟ ପ୍ରଧାନ । ସାମ୍ୱାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯାତନା ଦେବା ସମୟର ଫଟୋ ଭାଇରାଲ ହେବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସପି ଅଫିସ ଘେରାଉ କରିଥିଲେ ଜିଲ୍ଲା ସାମ୍ୱାଦିକ ସଂଘ । ପୁଲିସ ପ୍ରଶାସନ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ସାମ୍ୱାଦିକ ସଂଘ ଆନ୍ଦୋଳନରୁ ଓହରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe