ମହାକୁମ୍ଭ ଯାଉଥିବା ଟ୍ରେନ ଓ ଯାତ୍ରୀଙ୍କ ଉପରକୁ ପଥରମାଡ । ଟ୍ରେନକୁ ଭଙ୍ଗାରୁଜା କଲେ ଦୁର୍ବୃତ୍ତ

Advertisment

ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳାରେ ପାଇଁ ଯାତ୍ରୀ ଯାତ୍ରା କରୁଥିଲେ ।

ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳାରେ ପାଇଁ ଯାତ୍ରୀ ଯାତ୍ରା କରୁଥିଲେ ।

mahakumbha train

mahakumbha train Photograph: (KanakNews )

କନକ ବ୍ୟୁରୋ : ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳାରେ ପାଇଁ ଯାତ୍ରୀ ଯାତ୍ରା କରୁଥିଲେ । ମୌନୀ ଅମାବାସ୍ୟା ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି । 

ମିଳିଥିବା ସୂଚନା ଆଧାରରେ ହରପାଲପୁର ଷ୍ଟେସନରେ ରାତି ପ୍ରାୟ ୧ଟାରେ ଟ୍ରେନ୍ ଉପରେ ଆକ୍ରମଣ କରାଯାଇଛି । କିଛି ଦୁର୍ବୃତ୍ତ ମଧ୍ୟ ରାତ୍ରୀରେ ଟ୍ରେନ ଉପରକୁ ଅଚାନକ ଆକ୍ରମଣ କରିଥିଲେ । ଯାହାକୁ ନେଇ ଭୟଭୀତ ହୋଇଉଠିଥିଲେ ଯାତ୍ରୀ । ଏହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଦେଖିପାରିବେ କିଭଳି ଟ୍ରେନ୍ ଉପରକୁ ପଥର ମାଡ କରୁଛନ୍ତି ଦୁର୍ବୃତ୍ତ । ଏହି ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ରେଳ ସୁରକ୍ଷା ବିହିନୀ ପହଞ୍ଚିଥିଲେ । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି । ଦେଶ ବାହାରୁ ବି ଅନେକ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ବି କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଡା ସୁରକ୍ଷା ବ୍ୟବସ୍ଥା ବି କରାଯାଇଛି । କୁମ୍ଭ ନଗରୀରେ ସ୍ଥାନେ ସ୍ଥାନେ ପୋଲିସ ପ୍ଲାଟୁନ୍ ମୁତୟନ ହୋଇ ରହିଛନ୍ତି । ଆଉ ଏହିରି ଭିତରେ ଟ୍ରେନ୍ ଓ ଯାତ୍ରୀଙ୍କ ଉପରେ ଏାଳି ଆକ୍ରମଣ ଦୁର୍ଭାଗ୍ୟଜନକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe