କନକବ୍ୟୁରୋ:  ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢ଼େଇ ଜାରି ରହିଛି । ଅନ୍ୟପକ୍ଷରେ ଇରାନର ଛାୟା ସାମରିକ ସଂଗଠନ, ଯଉଁମାନେ ହମାସର ସମର୍ଥକ, ସେମାନେ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି । ୟେମେନର ହୁତି ଗୋଷ୍ଠୀ ମାଡ଼ କରିଥିବା ମଧ୍ୟ ଇସ୍ରାଏଲରେ ପଡ଼ିଛି । ଏହି ମିସାଇଲ ମାଡ଼ରେ ଇସ୍ରାଏଲରେ କେହି ମୃତାହତ ହୋଇନାହାନ୍ତି ।

ହୁତି ଗୋଷ୍ଠୀର କ୍ଷେପଣାସ୍ତ୍ର ଇସ୍ରାଏଲରେ ଏତେ ଆଭ୍ୟନ୍ତରୀଣ ଅଂଚଳକୁ ଭେଦ କରିବାରେ ସକ୍ଷମ ହୋଇଛି । ହୁତି ଗୋଷ୍ଠୀ କହିଛି ଯେ, ସେମାନେ ଏଥିପାଇଁ ହାଇପରସୋନିକ୍ ମିସାଇଲ ବ୍ୟବହାର କରିଛନ୍ତି । ଆଉ ଏହା ମତ୍ରେ ସାଢ଼େ ୧୧ ମିନିଟରେ ୨୦୪୦ କିଲୋମିଟର ଯାତ୍ରା କରିଛି । ପ୍ରଥମେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ, କ୍ଷେପଣାସ୍ତ୍ରଟି ଏକ ଖୋଲାଜାଗାରେ ପଡ଼ିଥିଲା ।

ତେବେ ପରେ ଏହା ମାନିଛି ଯେ, ଏକ ରେଲୱେ ଷ୍ଟେସନ ନିକଟରେ ପଡ଼ିଛି । କ୍ଷେପଣାସ୍ତ୍ରଟି ଠିକ୍ ପଡ଼ିବା ପୂର୍ବରୁ ଇସ୍ରାଏଲ ରାଜଧାନୀ ତେଲଅଭିଭ ଓ ଏହାର ଆଖପାଖ ଅଂଚଳ ଗୁଡ଼ିକରେ ସାଇରନ୍ ବାଜି ଉଠିଥିଲା ଓ ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ । ଏକ ଜରୁରୀକାଳିନ ବୈଠକ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ହୁତି ଗୋଷ୍ଠୀ ଏପରି ଆକ୍ରମଣ ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ।

 ଇସ୍ରାଏଲ ଓ ହମାସ୍ ମଧ୍ୟରେ ଲଢ଼େଇ ଆରମ୍ଭ ହେବା ପରଠାରୁ ୟେମେନର ହୁତି ଗୋଷ୍ଠୀ ଓ ଲେବାନନର ହିଜବଲ୍ଲା ଗୋଷ୍ଠୀ ଇସ୍ରାଏଲକୁ ଟାର୍ଗେଟ୍ କରୁଛନ୍ତି । ଅବଶ୍ୟକୁ ପରଦା ପଛରେ ରହି ଇରାନ ହିଁ ଗୋଟିଚାଳନା କରୁଛି  ।