Iran Photograph: (Kanak news)
କନକ ବ୍ୟୁରୋ: ଆମେରିକାର କେନ୍ଦ୍ରୀୟ କମାଣ୍ଡ ଶନିବାର ଇରାନ ଉପରେ ଆକ୍ରମଣରେ ଏକ ‘ଏଲୟୁସିଏଏସ୍’ କାମିକାଜୀ ଡ୍ରୋନ ବ୍ୟବହାର କରିଥିବା ସ୍ୱୀକାର କରିଛି। ଏହି ଡ୍ରୋନଟି ଇରାନର ଶାହେଦ-୧୩୬ ଡ୍ରୋନର ଏକ କପି ବୋଲି କୁହାଯାଉଛି। ଆମେରିକୀୟ ସେନାର ଡ୍ରୋନ ଟାସ୍କ ଫୋର୍ସ ସ୍କୋରପିଅନ ଷ୍ଟ୍ରାଇକ୍ (ଟିଏଉଏସଏସ୍) ଏହାକୁ ଭୂମିରୁ ଇରାନ ଉପରକୁ ନିକ୍ଷେପ କରିଥିଲା।
ଆହୁରି ପଢ଼ନ୍ତୁ... ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଲେ ୧୦୦ରୁ ଅଧିକ ଭାରତୀୟ !
‘ଏଲୟୁସିଏଏସ୍’ଡ୍ରୋନଗୁଡ଼ିକ "ସ୍ୱୟଂଚାଳିତ ପାଇଁ ଡିଜାଇନ୍ କରାଯାଇଛି, ସ୍ଥିତି ଅନୁଯାୟୀ ରଣନୀତି ବନାଇ ଆକ୍ରମଣ ପାଇଁ ଏହି ଡ୍ରୋନ୍ ବେଶ୍ ମାହିର୍। କିଛି ଡ୍ରୋନ ଷ୍ଟାରଲିଙ୍କ ଟର୍ମିନାଲ ସହିତ ସଜ୍ଜିତ ହୋଇଥାଏ ଓ ସେଗୁଡି଼କ ଆକ୍ରମଣ କରିବାରେ ଦକ୍ଷ ବୋଲି ବିବେଚନା କରାଯାଏ। ଷ୍ଟାରଲିଙ୍କ ଟର୍ମିନାଲ ଏହି ଡ୍ରୋନ୍ ଗୁଡ଼ିକୁ ଏକ ଉନ୍ନତ ଲଢ଼ୁଆ ଡ୍ରୋନ ବନାଇଥାଏ। ଆଉ ଏହି ଘାତକ ଡ୍ରୋନ୍ ସାହାର୍ଯ୍ୟରେ ଇରାନ୍ ଉପରେ ଆମେରିକା ଆକ୍ରମଣ କରିଛି। କେବଳ ଡ୍ରୋନ୍ ନୁହେଁ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ଟୋମାହକ୍ କ୍ରୁଜ୍ ମିସାଇଲ ସହିତ ଟୋମାହକ୍ ଲଢ଼ୁଆ ବିମାନର ବି ବ୍ୟବହାର କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅପରେସନ୍ ଏପିକ୍ ଫ୍ୟୁରି ଅଧୀନରେ ଇରାନ ଉପରେ ଆକ୍ରମଣର ବିବରଣୀ ପ୍ରକାଶ କରିଛି। ଏଥିରେ ଟୋମାହକ୍ ମିସାଇଲ୍, ଏଫ୍-୧୮ ଓ ଏଫ୍-୩୫ ଲଢ଼ୁଆ ବିମାନ ବାବଦରେ ସୂଚନା ଦିଆଯାଇଛି।
Follow Us