ରାଉରକେଲାରେ ବେଆଇନ୍ ଆଇସକ୍ରିମ ଫ୍ୟାକଟ୍ରି ଉପରେ ଚଢ଼ାଉ: ଏକ କ୍ୱିଣ୍ଟାଲ ଆଇସକ୍ରିମ ନଷ୍ଟ କଲା ଫୁଡ୍‌ ଓ ସେଫଟି ବିଭାଗ

Advertisment

ରାଉରକେଲାରେ ବେଆଇନ ଆଇସକ୍ରିମ ଫ୍ୟାକଟ୍ରି ଉପରେ ଚଢ଼ାଉ। ସହରର ଲେବର ଟେନାମଣ୍ଟର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ରାଉରକେଲାରେ ବେଆଇନ ଆଇସକ୍ରିମ ଫ୍ୟାକଟ୍ରି ଉପରେ ଚଢ଼ାଉ। ସହରର ଲେବର ଟେନାମଣ୍ଟର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

efe

କନକ ବ୍ୟୁରୋ: ରାଉରକେଲାରେ ବେଆଇନ ଆଇସକ୍ରିମ ଫ୍ୟାକଟ୍ରି ଉପରେ ଚଢ଼ାଉ। ସହରର ଲେବର ଟେନାମଣ୍ଟର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏଠାରେ ନିମ୍ନମାନର ଆଇସକ୍ରିମ ସହ ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଫ୍ୟାକ୍ଟ୍ରିରେ ଆଇସକ୍ରିମ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ନେଇ ଅଭିଯୋଗ ହୋଇଥିଲା। ଏନେଇ ବାରମ୍ବାର କମ୍ପାନୀ ମାଲିକଙ୍କ ସହ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଫୁଡ୍ ଲାଇସେନ୍ସର ନବୀକରଣ କରିବା ପାଇଁ ନୋଟିସ ଦିଆଯାଇଥିଲା। ଏହା ସତ୍ତ୍ବେ ଆଇସକ୍ରିମ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ। ତେଣୁ ଗୁରୁବାର ରାଉରକେଲା ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନରଙ୍କ ନେତୃତ୍ବରେ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହୋଇ ଷ୍ଟକ୍ ରଖାଯାଇଥିବା ପ୍ରାୟ ୧ କ୍ୱିଣ୍ଟାଲ ଆଇସକ୍ରିମକୁ ନଷ୍ଟ କରାଯାଇଥିବା ବେଳେ କେତେକ ଆଇସକ୍ରିମର ସାମ୍ପୁଲ ସଂଗ୍ରହ କରି ଲାବୋରୋଟେରୀକୁ ପରୀକ୍ଷା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe