ତୈଳ ସମୃଦ୍ଧ ପାରସ୍ୟ ଉପସାଗରରେ, ବିପଦ ବଢ଼ାଉଛି ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ

Advertisment

ଏହି ସବୁ ବିଶୋଧନ କେନ୍ଦ୍ର ସାହାଯ୍ୟରେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ ଲୋକ ରହିପାରୁଛନ୍ତି। କୁଏତ୍‌ରେ ୯୦ % ପାନୀୟ ଜଳ ଡିସାଲିନେସନ ଦ୍ବାରା ମିଳିଥାଏ। ଓମାନରେ ୮୬%, ସାଉଦି ଆରବରେ ୭୦% ଜଳ ଏହି ମାଧ୍ୟମରେ ମିଳିଥାଏ। ୨୦୧୦ର ସିଆଇଏର ଏକ ରିପୋର୍ଟ ଅନୁଯାୟୀ ଏହି ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଉପସାଗରୀୟ ଦେଶମାନଙ୍କରେ ଭୟଙ୍କର ପାନୀୟ ଜଳ ସମସ୍ୟା ସୃଷ୍ଟି କରିବ। ଉପସାଗରୀୟ ଦେଶରେ ୯୦% ମଧୁର ଜଳ ମାତ୍ର ୫୬ଟି ଡିସାଲିନେସନ କେନ୍ଦ୍ରରୁ ଆସୁଛି।

ଏହି ସବୁ ବିଶୋଧନ କେନ୍ଦ୍ର ସାହାଯ୍ୟରେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ ଲୋକ ରହିପାରୁଛନ୍ତି। କୁଏତ୍‌ରେ ୯୦ % ପାନୀୟ ଜଳ ଡିସାଲିନେସନ ଦ୍ବାରା ମିଳିଥାଏ। ଓମାନରେ ୮୬%, ସାଉଦି ଆରବରେ ୭୦% ଜଳ ଏହି ମାଧ୍ୟମରେ ମିଳିଥାଏ। ୨୦୧୦ର ସିଆଇଏର ଏକ ରିପୋର୍ଟ ଅନୁଯାୟୀ ଏହି ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଉପସାଗରୀୟ ଦେଶମାନଙ୍କରେ ଭୟଙ୍କର ପାନୀୟ ଜଳ ସମସ୍ୟା ସୃଷ୍ଟି କରିବ। ଉପସାଗରୀୟ ଦେଶରେ ୯୦% ମଧୁର ଜଳ ମାତ୍ର ୫୬ଟି ଡିସାଲିନେସନ କେନ୍ଦ୍ରରୁ ଆସୁଛି।

a10

କନକ ବ୍ୟୁରୋ :  ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ପଶ୍ଚିମ ଏସିଆ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଦୁଇ ପକ୍ଷ ଯୁଦ୍ଧରେ ମଧ୍ୟପ୍ରାଚ୍ୟରେ ତୈଳ ଓ ଡିସାଲିନେସନ କେନ୍ଦ୍ର କ୍ଷତିଗ୍ରସ୍ତ ହେଉଛି। ପଶ୍ଚିମ ଏସିଆର ଶୁଷ୍କ ଅଞ୍ଚଳରେ ତୈଳକୁ ‌ନେଇ ଯେତିକି ବିପଦ ନାହିଁ, ତା’ଠାରୁ ଅଧିକ ବିପଦ ପାଣିକୁ ନେଇ ରହିଛି ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି। ପାରସ୍ୟ ଉପସାଗରର କୂଳେ କୂଳେ ଶହ ଶହ ଡିସାଲିନେସନ କେନ୍ଦ୍ର ବା ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା କେନ୍ଦ୍ର ରହିଛି। ଏହିଠାରୁ ହଜାର ହଜାର ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ସବୁ ବିଶୋଧନ କେନ୍ଦ୍ର ସାହାଯ୍ୟରେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ ଲୋକ ରହିପାରୁଛନ୍ତି। କୁଏତ୍‌ରେ ୯୦ % ପାନୀୟ ଜଳ ଡିସାଲିନେସନ ଦ୍ବାରା ମିଳିଥାଏ। ଓମାନରେ ୮୬%, ସାଉଦି ଆରବରେ ୭୦% ଜଳ ଏହି ମାଧ୍ୟମରେ ମିଳିଥାଏ। ୨୦୧୦ର ସିଆଇଏର ଏକ ରିପୋର୍ଟ ଅନୁଯାୟୀ ଏହି ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଉପସାଗରୀୟ ଦେଶମାନଙ୍କରେ ଭୟଙ୍କର ପାନୀୟ ଜଳ ସମସ୍ୟା ସୃଷ୍ଟି କରିବ। ଉପସାଗରୀୟ ଦେଶରେ ୯୦% ମଧୁର ଜଳ ମାତ୍ର ୫୬ଟି ଡିସାଲିନେସନ କେନ୍ଦ୍ରରୁ ଆସୁଛି। ଯଦି ଡିସାଲିନେସନ କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଉପକରଣ ଏହି ଆକ୍ରମଣରେ ନ‌ଷ୍ଟ ହୋଇଯାଏ, ତେବେ ମାସ ମାସ ଧରି ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିବ। ମଧ୍ୟପ୍ରାଚ୍ୟରେ ଥିବା ହୋଟେଲ, ଶିଳ୍ପ ସହିତ କୃଷି କ୍ଷେତ୍ର ଏହିସବୁ ଡିସାଲିନେସନ କେନ୍ଦ୍ର ଉପରେ ନିର୍ଭରଶୀଳ। ଫେବ୍ରୁଆରି ୨୮ରେ ଇସ୍ରାଏଲ- ଆମେରିକା ଆକ୍ରମଣ ପରେ ଏହି ଅଞ୍ଚଳରେ ଥିବା ଡିସାଲିନେସନ କେନ୍ଦ୍ର ଉପରେ ଆକ୍ରମଣ ଭୟ ବଢ଼ାଇ ଦେଇଛି। ମାର୍ଚ୍ଚ ୨ରେ ଇରାନ ଦୁବାଇର ଜେବେଲ ଅଲି ବନ୍ଦର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ବିଶ୍ବର ସବୁଠୁ ବଡ଼ ଡିସାଲିନେସନ କାରଖାନାର ମାତ୍ର ୧୨ ମାଇଲ ଦୂରରେ ହୋଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜାଇରାହ ଏଫ୍‌୧ ଶକ୍ତି ଓ ୱାଟର କମ୍ପ୍ଲେକ୍ସ ଓ କୁଏତର ଦୋହା ୱେଷ୍ଟ ଡିସାଲିନେସନ କେନ୍ଦ୍ର ମଧ୍ୟ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଇରାନ ଏହିସବୁ କେନ୍ଦ୍ର ଉପରେ ଜାଣିଶୁଣି ଆକ୍ରମଣ କରୁଥିବାର ପ୍ରମାଣ ନଥିଲେ ମଧ୍ୟ ନିକଟସ୍ଥ ବନ୍ଦର ଉପରେ ଆକ୍ରମଣ ଯୋଗୁଁ ଏସବୁ କ୍ଷତିଗ୍ରସ୍ତ ହେଉଛି। ଡିସାଲିନେସନ କେନ୍ଦ୍ର ସହିତ ବିଦ୍ୟୁତ ଶକ୍ତି କେନ୍ଦ୍ର ସଂଯୁକ୍ତ ରହିଥିବାରୁ ଉଭୟ କ୍ଷତିଗ୍ରସ୍ତ ହେଉଛି। ଇରାନରେ ଲଗାତାର ପଞ୍ଚମ ବର୍ଷ ପାଇଁ ଉତ୍କଟ ମରୁଡ଼ି ସ୍ଥିତି ଲାଗି ରହିଥିବାବେଳେ ଏହାର ୫ ଜଳଭଣ୍ଡାରରେ ସେମାନଙ୍କ କ୍ଷମତାର ୧୦% ତଳକୁ ଖସି ଯାଇଛି। ଫଳରେ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ରାଜଧାନୀ ତେହେରାନ୍‌ ଖାଲି କରିବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟ ଦେଶ ବାହାରେ ରହୁଥିବା ଲୋକଙ୍କ ମୁଖ୍ୟ ଚିନ୍ତା ତୈୖଳକୁ ନେଇ ରହିଛି। ଗଲ୍ଫ ଦେଶମାନେ ବିଶ୍ବର ଏକ ତୃତୀୟାଂଶ ଅଶୋଧିତ ତୈଳ ଓ ଶକ୍ତି ଉତ୍ପନ୍ନ କରିଥାନ୍ତି। ଯୁଦ୍ଧ ଯୋଗୁଁ ତୈଳ ଟ୍ୟାଙ୍କର ଯାତାୟାତ ପ୍ରଭାବିତ ହୋଇଥିବାରୁ ବିଶ୍ବରେ ତୈଳ ସଙ୍କଟ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe