କନକ ବ୍ୟୁରୋ : ଖଲ୍ଲିକୋଟରେ ବିଜେପି ନେତାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବିଜେପି ନେତା ଅନୀଲ ପଣ୍ଡାଙ୍କୁ ତାଙ୍କ ବାସଭବନ ଆଗରେ ୨୦ରୁ ୩୦ ମହିଳା ଓ ପୁରୁଷ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି ।
ତେବେ କାହିଁକି ଆକ୍ରମଣ କଲେ, ତାହା ଜଣାପଡ଼ିନାହିଁ । ଅନୀଲଙ୍କ ସହ ତାଙ୍କର ୩ରୁ ୪ ଜଣ ସମର୍ଥକ ଆହତ ହୋଇଛନ୍ତି । ବର୍ତ୍ତମାନ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅଛନ୍ତି ଅନୀଲ ପଣ୍ଡା । ଖଲ୍ଲିକୋଟ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/09/CUC94cMUKCAMMwhBV2g4.jpg)