କନକ ବ୍ୟୁରୋ : ଗାଁରେ ଲୁଚିଥିବା ପ୍ରେମୀ ଯୁଗଳକୁ ଉଦ୍ଧାର ସମୟରେ ପୁଲିସକୁ ଆକ୍ରମଣ ଘଟଣା । ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପୁଲିସ । ଅଗଷ୍ଟ ୧୮ ତାରିଖରେ ପୁଲିସ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଙ୍ଗୋମୁଣ୍ଡା ଥାନା ଅଧିନ ବିରିପାଲି ଗାଁରେ ଛପି ରହିଥିବା ପ୍ରେମୀ ଯୁଗଳଙ୍କୁ ପୁଲିସ ଉଦ୍ଧାର କରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ପୋଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡ଼ିଓ ଭାଇରାଲ ଭିଡ଼ିଓରେ ବଙ୍ଗୋମୁଣ୍ଡା ଏସଆଇକୁ କିଛି ଯୁବକ ଆକ୍ରମଣ କରୁଥିବା ବେଳେ ଏସଆଇ ବାବୁ ମଧ୍ୟ ଯୁବକଙ୍କୁ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । ଘଟଣାର ତଦନ୍ତ କରି ବଙ୍ଗୋମୁଣ୍ଡା ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଝିଅ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରି ବିରିପାଲି ଗାଁରେ ପ୍ରେମୀ ଯୁଗଳ ଲୁଚିଥିବା ଜାଣିବାକୁ ପାଇଥିଲା । ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ସମୟରେ ପୋଲିସକୁ ଗାଁ ଯୁବକ ବିରୋଧ କରିବାରୁ ଉତ୍ତେଜନା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us