କନକ ବ୍ୟୁରୋ: ସମ୍ବଲପୁର ସ୍ଥିତ ସମର୍ଥ ରିହାବ କେନ୍ଦ୍ରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ସମର୍ଥ ଏନଜିଓ ସଂସ୍ଥାର କାର୍ଯ୍ୟାଳୟ । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ସମର୍ଥ କାର୍ଯ୍ୟାଳୟରେ ତାଲା ପଡ଼ିଛି । ଗତ ୨୭ ତାରିଖରେ ଅମାନୁଷିକତାର ସବୁ ସୀମା ଟପିଗଲା ଭଳି ଘଟଣା ସମ୍ବଲପୁର ନେତାଜୀ ନଗରସ୍ଥିତ ଥଇଥାନ କେନ୍ଦ୍ରରୁ ଆସିଥିଲା । ଆଉ ସେହି ଛାତିଥରା ଭିଡ଼ିଓ ନିଆଁ ଭଳି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

Advertisment

ପ୍ଲାଷ୍ଟିକ୍ ପାଇପରେ ପାହାର ପରେ ପାହାର, ମୁହଁ, ପିଠି, ପେଟ ଅଣ୍ଟା ଭଳି ଶରୀରର ସବୁଠି ଆଖିବୁଜା ଗୋଇଠା । ଏତିକିରେ ମନ ଶାନ୍ତି ହେଇନଥିଲା ଯେ, କୁକୁର ଭଳି ଖାଦ୍ୟ ଅନ୍ତେବାସୀଙ୍କ ମୁହଁକୁ ଫିଙ୍ଗିବା, ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା ଭଳି ଅକଥନୀୟ ଅତ୍ୟାଚାର କରିଥିଲେ ସମ୍ବଲପୁର ‘ସମର୍ଥ’ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନ । ଏହାକୁ ନେଇ ଅନେକ ତୁମ୍ଭି ତୋଫାନ ଉଠିବା ପରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ । ସମର୍ଥ ଏନଜିଓ ସଂସ୍ଥାକୁ ବ୍ଲାକ୍ ଲିଷ୍ଟ କରିବା ପରେ ଆଜି ଏହାକୁ ସିଲ୍ କରାଯାଇଛି ।