ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ; ଇସ୍କନ ପୂଜାରୀଙ୍କୁ ଗିରଫ ପରେ ବଢୁଛି ଆକ୍ରମଣ

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର ।  ଇସ୍କନ ପୂଜାରୀ ଚିନ୍ମୟ ଦାସ ଗିରଫ ହେବା ପରେ ଅନେକ ଜାଗାରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଅଭିଯୋଗ । ମନ୍ଦିର ଉପରେ ଟେକା ପଥର ମାଡ଼ ।

18hindu

କନକ ବ୍ୟୁରୋ: ବାଂଲାଦେଶରେ ରେ କମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର । ଇସ୍କନ ପୂଜାରୀ ଚିନ୍ମୟ ଦାସ ଗିରଫ ହେବା ପରେ ଅନେକ ଜାଗା ରେ ହିନ୍ଦୁ ମାନଙ୍କ ଉପରେ କରା ଯାଇଚି ଆକ୍ରମଣ। ମନ୍ଦିର ଉପରେ ଟେକା ପଥର ଫିଙ୍ଗା ହେଉ କି ହିନ୍ଦୁ ମାନଙ୍କ ଘରେ ପଶି ସେମାନଙ୍କୁ ବାଡେଇବା ଏହା ଏପର୍ଯ୍ୟନ୍ତ ବି ବନ୍ଦ ହେଇନି । ଚିନ୍ମୟ ଦାସ ଙ୍କୁ ଯେମିତି କୋର୍ଟକୁ ନିଆଯାଇଛି ଲାଗୁଛି ଯେମିତି ସେ ଜଣେ ଆତଙ୍କବାଦୀ । ଚିଟାଗଙ୍ଗରେ ହିନ୍ଦୁମାନେ ଏକତ୍ରିତ ହେଇଥିବା ସମୟରେ ପୋଲିସ ଲାଠିଚାର୍ଜ କରିଥିଲା , ପୋଲିସର ଲାଠି ଚାର୍ଜରେ ଯୁବ ଆଇନଜୀବୀ ସୈଫୁଲ ଇସଲାମ ଆଲିଫ ଙ୍କ ମୃତ୍ୟୁ ହେଇଛି ,କିଛି ମାସ ପୂର୍ବରୁ ଆଲିଫ୍ ସୋସିଆଲ ମିଡିଆରେ ବାଂଲାଦେଶରେ ଘଟୁଥିବା ହିଂସା ଉପରେ ମତ ରଖି କହିଥିଲେ , ସରକାର ଧର୍ମ ନାମରେ ଦେଶକୁ ବିଭାଜନ କରି ପାରିବେ ନାହିଁ । ଅଭିଯୋଗ ଆଧାରରେ ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି । 

ଚିନ୍ମୟ ଦାଶଙ୍କ ବିରୋଧରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଚିନ୍ମୟ ଦାସଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଏନପି ନେତା ଫିରୋଜ ଖାନ । ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିବା ସହ ବାଂଲାଦେଶରେ ଜିହାଦୀଙ୍କ ଦ୍ୱାରା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଏକାଧିକ ଆକ୍ରମଣକୁ ନିନ୍ଦା କରାଯାଇଛି । ଦୁର୍ଭାଗ୍ୟବଶତଃ ଏହି ଘଟଣାର ଅପରାଧୀମାନେ ଏବେ ବି ଫେରାର ଅଛନ୍ତି।ବାଂଲାଦେଶ ନେତୃତ୍ୱାଧୀନ ସନାତନ ଜାଗରଣର ମୁଖପାତ୍ର ଇସ୍କନ୍ ପୂଜକ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି। ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲଗାଇ ଲୁଟ୍ କରିବା ସହ ଦେବଦେବୀଙ୍କ ଅଳଙ୍କାର ଚୋରି, ଭଙ୍ଗାରୁଜା ଅନେକ ମାମଲା ରହିଛି । ଆମେ ବାଂଲାଦେଶର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ ଯେ ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ, ଯେଉଁଥିରେ ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ମଧ୍ୟ ସାମିଲ ଅଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ।ବିଶେଷ କରି ଶେଖ୍ ହସିନା ସରକାର କ୍ଷମତାରୁ  ଯିବା ପରେ ଗତ କିଛି ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଭେଦଭାବ ଓ ହିଂସା ବଢ଼ିବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe