‘ମୋ ବାପାଙ୍କୁ ବନ୍ଦୀ କରି ହତ୍ୟା କରିଥିଲେ ଆତଙ୍କବାଦୀ’ : ଅଭିନେତ୍ରୀ କହିଲେ ବାପାଙ୍କ ମୃତ୍ୟୁ ପରେ ଇଣ୍ଡିଆନ୍‌ ଆର୍ମି ଆମ ଛାଇ ହୋଇ ରହିଛନ୍ତି

Advertisment

ମାତ୍ର ୪୪ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କ ବାପାଙ୍କୁ ବନ୍ଦି କରି ହତ୍ୟା କରିଥିଲେ ଆତଙ୍କବାଦୀ

ମାତ୍ର ୪୪ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କ ବାପାଙ୍କୁ ବନ୍ଦି କରି ହତ୍ୟା କରିଥିଲେ ଆତଙ୍କବାଦୀ

 ‘ମୋ ବାପାଙ୍କୁ ବନ୍ଦୀ  କରି ହତ୍ୟା କରିଥିଲେ ଆତଙ୍କବାଦୀ’

‘ମୋ ବାପାଙ୍କୁ ବନ୍ଦୀ କରି ହତ୍ୟା କରିଥିଲେ ଆତଙ୍କବାଦୀ’ Photograph: (kanaknews)

କନକ ବ୍ୟୁରୋ: ଆତଙ୍କବାଦୀ ମୋ ବାପାଙ୍କୁ ବନ୍ଦୀ କରି ହତ୍ୟା କରିଥିଲେ । ସେତେବେଳେ ମୋ ବୟସ ମାତ୍ର  ୧୧ କି ୧୨ ବର୍ଷ ହେବ । ହିଜ୍ଜ-ଉଲ-ମୁଜାହିଦ୍ଦିନ ମୋ ବାପା ମେଜର ଭୁପେନ୍ଦ୍ର ସିଂଙ୍କୁ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରି ନେଇ ଥିଲେ । ପରେ ବନ୍ଦି ଅବସ୍ଥାରେ ରଖି ବାପାଙ୍କୁ ହତ୍ୟା କରିଥିଲେ । ଏପରି କୋହ ଭରା କଣ୍ଠରେ ବାପାଙ୍କୁ ମନେପକାଇ କହିଛନ୍ତି ନିମ୍ରତ କୌର । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କୁ ଦମନ କରୁଛି ଭାରତ । ଏହି ସମୟରେ ନିମ୍ରତଙ୍କ ଏହି ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି। । ନିମ୍ରତ କୌର ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ । ନିମ୍ରତଙ୍କ  ଜନ୍ମ ରାଜସ୍ଥାନର ପିଲାନୀ ରେ ଏକ ଶିଖ୍‌ ପରିବାରରେ ହୋଇଛି। ସ୍ବର୍ଗତ  ମେଜର ଭୁପେନ୍ଦ୍ର ସିଂଙ୍କ ଝିଅ ହେଉଛନ୍ତି ନିମ୍ରତ । ଏଠି କହିଦେଉଛି ଯେ, ନିମ୍ରତଙ୍କ ବାପା ମେଜର ଭୁପେନ୍ଦ୍ରଙ୍କୁ ୧୯୯୪ରେ କାଶ୍ମୀରରେ ଆତଙ୍କବାଦୀ ଅପହାରଣ କରି ହତ୍ୟା କରିଥଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିମ୍ରତ କହିଥିଲେ  ମୋ ବାପା ଜଣେ ୟଙ୍ଗ୍‌  ଆର୍ମୀ  ମେଜର ଥିଲେ  ।  

nimrat-kaur
nimrat-kaur Photograph: (google)

ବାପା କାଶ୍ମୀରରେ ମୁତୟନ ଥିଲେ ଆମେ ପଟିୟାଲାରେ ରହୁଥିଲୁ । ୧୯୯୪ ଜାନୁଆରୀ ମାସରେ ସ୍କୁଲ୍‌ ଛୁଟି ହୋଇଥାଏ ।  ତେଣୁ ବାପାଙ୍କୁ ଦେଖା କରିବା ପାଇଁ କାଶ୍ମୀର  ଯାଇଥିଲୁ । ସେ ସମୟରେ  ଆତଙ୍କବାଦୀ  ହିଜ୍ଜ-ଉଲ-ମୁଜାହିଦ୍ଦିନ ବାପାଙ୍କୁ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରି ନେଇଯାଇଥିଲା । ଆଉ ପାଖାପାଖି ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ବନ୍ଦି ରଖିଲା । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି  ମୋ ବାପାଙ୍କୁ ଛାଡିବା ପାଇଁ ଆତଙ୍କବାଦୀ କିଛି ସର୍ତ୍ତ  ରଖିଥିଲେ । ସର୍ତ୍ତ ଥିଲା ଯେ  ଇଣ୍ଡିଆନ ଆର୍ମୀଙ୍କ କବ୍‌ଜାରେ ଥିବା ଆତଙ୍କବାଦୀଙ୍କୁ ଛାଡିଲେ ସେମାନେ ମୋ ବାପାଙ୍କୁ ଛାଡିବେ ବୋଲି କୁହାଯାଇଥିଲା । ଏହି ସର୍ତ୍ତ ମାନିବାକୁ ମନା କରାଯାଇଥିଲା । ଯାହାଦ୍ବାରା ମୋ ବାପାଙ୍କୁ ହତ୍ୟା କରିଦେଇଥିଲେ ଆତଙ୍କବାଦୀ ।

nimrat
nimrat Photograph: (google)

ମୃତ୍ୟୁ ସମୟରେ ନିମ୍ରତଙ୍କ ବାପାଙ୍କ ବୟସ ୪୪ ବର୍ଷ ବୟସ  ଥିଲା । ନିମ୍ରତ ଆହୁରି ମଧ୍ୟ କହିଛନ୍ତି ବାପାଙ୍କ ମୃତ୍ୟୁ ପରେ ଆମ ଜୀବନ ପୂରା ବଦଳିଯାଥିଲା । ଭାଙ୍ଗିପଡିଥିଲୁ ଆମେ,କେମିତି ବଞ୍ଚିବୁ ? କଣ କରିବୁ ? କିଛି ଜାଣିପାରୁନଥିଲୁ ।  କିନ୍ତୁ ଏହି ଦୁଃଖଦ ସମୟରେ ଭାରତୀୟ ସେନା ଆମ ପାଖେ ପାଖେ ଠିଆ ହୋଇଥିଲା । ଆମ ପରିବାର  ହୋଇଯାଥିଲା । ଆଜି ବି  କିଛି ଅସୁବିଧା ହୁଏ କି କୗଣସି ଜିନିଷର ଆବଶ୍ୟକତା ପଡେ ତୁରନ୍ତ ଆମ ପାଖକୁ ଚାଲିଆସିଥାନ୍ତି ସାହାର୍ଯ୍ୟ କରିବା ପାଇଁ ।  ଭାରତୀୟ ସେନା ମୋ ବାପାଙ୍କ ଗଲା ପରେ ଆମ ପାଖେ ପାଖେ  ଛାଇ ହୋଇ ରହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe