କନକ ବ୍ୟୁରୋ: ଆତଙ୍କବାଦୀ ମୋ ବାପାଙ୍କୁ ବନ୍ଦୀ କରି ହତ୍ୟା କରିଥିଲେ । ସେତେବେଳେ ମୋ ବୟସ ମାତ୍ର  ୧୧ କି ୧୨ ବର୍ଷ ହେବ । ହିଜ୍ଜ-ଉଲ-ମୁଜାହିଦ୍ଦିନ ମୋ ବାପା ମେଜର ଭୁପେନ୍ଦ୍ର ସିଂଙ୍କୁ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରି ନେଇ ଥିଲେ । ପରେ ବନ୍ଦି ଅବସ୍ଥାରେ ରଖି ବାପାଙ୍କୁ ହତ୍ୟା କରିଥିଲେ । ଏପରି କୋହ ଭରା କଣ୍ଠରେ ବାପାଙ୍କୁ ମନେପକାଇ କହିଛନ୍ତି ନିମ୍ରତ କୌର । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କୁ ଦମନ କରୁଛି ଭାରତ । ଏହି ସମୟରେ ନିମ୍ରତଙ୍କ ଏହି ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି। । ନିମ୍ରତ କୌର ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ । ନିମ୍ରତଙ୍କ  ଜନ୍ମ ରାଜସ୍ଥାନର ପିଲାନୀ ରେ ଏକ ଶିଖ୍‌ ପରିବାରରେ ହୋଇଛି। ସ୍ବର୍ଗତ  ମେଜର ଭୁପେନ୍ଦ୍ର ସିଂଙ୍କ ଝିଅ ହେଉଛନ୍ତି ନିମ୍ରତ । ଏଠି କହିଦେଉଛି ଯେ, ନିମ୍ରତଙ୍କ ବାପା ମେଜର ଭୁପେନ୍ଦ୍ରଙ୍କୁ ୧୯୯୪ରେ କାଶ୍ମୀରରେ ଆତଙ୍କବାଦୀ ଅପହାରଣ କରି ହତ୍ୟା କରିଥଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିମ୍ରତ କହିଥିଲେ  ମୋ ବାପା ଜଣେ ୟଙ୍ଗ୍‌  ଆର୍ମୀ  ମେଜର ଥିଲେ  ।  

Advertisment
nimrat-kaur
nimrat-kaur Photograph: (google)

ବାପା କାଶ୍ମୀରରେ ମୁତୟନ ଥିଲେ ଆମେ ପଟିୟାଲାରେ ରହୁଥିଲୁ । ୧୯୯୪ ଜାନୁଆରୀ ମାସରେ ସ୍କୁଲ୍‌ ଛୁଟି ହୋଇଥାଏ ।  ତେଣୁ ବାପାଙ୍କୁ ଦେଖା କରିବା ପାଇଁ କାଶ୍ମୀର  ଯାଇଥିଲୁ । ସେ ସମୟରେ  ଆତଙ୍କବାଦୀ  ହିଜ୍ଜ-ଉଲ-ମୁଜାହିଦ୍ଦିନ ବାପାଙ୍କୁ ତାଙ୍କ କାର୍ଯ୍ୟସ୍ଥଳରୁ ଅପହରଣ କରି ନେଇଯାଇଥିଲା । ଆଉ ପାଖାପାଖି ଏକ ସପ୍ତାହ ପର୍ଯ୍ୟନ୍ତ ତାଙ୍କୁ ବନ୍ଦି ରଖିଲା । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି  ମୋ ବାପାଙ୍କୁ ଛାଡିବା ପାଇଁ ଆତଙ୍କବାଦୀ କିଛି ସର୍ତ୍ତ  ରଖିଥିଲେ । ସର୍ତ୍ତ ଥିଲା ଯେ  ଇଣ୍ଡିଆନ ଆର୍ମୀଙ୍କ କବ୍‌ଜାରେ ଥିବା ଆତଙ୍କବାଦୀଙ୍କୁ ଛାଡିଲେ ସେମାନେ ମୋ ବାପାଙ୍କୁ ଛାଡିବେ ବୋଲି କୁହାଯାଇଥିଲା । ଏହି ସର୍ତ୍ତ ମାନିବାକୁ ମନା କରାଯାଇଥିଲା । ଯାହାଦ୍ବାରା ମୋ ବାପାଙ୍କୁ ହତ୍ୟା କରିଦେଇଥିଲେ ଆତଙ୍କବାଦୀ ।

nimrat
nimrat Photograph: (google)

ମୃତ୍ୟୁ ସମୟରେ ନିମ୍ରତଙ୍କ ବାପାଙ୍କ ବୟସ ୪୪ ବର୍ଷ ବୟସ  ଥିଲା । ନିମ୍ରତ ଆହୁରି ମଧ୍ୟ କହିଛନ୍ତି ବାପାଙ୍କ ମୃତ୍ୟୁ ପରେ ଆମ ଜୀବନ ପୂରା ବଦଳିଯାଥିଲା । ଭାଙ୍ଗିପଡିଥିଲୁ ଆମେ,କେମିତି ବଞ୍ଚିବୁ ? କଣ କରିବୁ ? କିଛି ଜାଣିପାରୁନଥିଲୁ ।  କିନ୍ତୁ ଏହି ଦୁଃଖଦ ସମୟରେ ଭାରତୀୟ ସେନା ଆମ ପାଖେ ପାଖେ ଠିଆ ହୋଇଥିଲା । ଆମ ପରିବାର  ହୋଇଯାଥିଲା । ଆଜି ବି  କିଛି ଅସୁବିଧା ହୁଏ କି କୗଣସି ଜିନିଷର ଆବଶ୍ୟକତା ପଡେ ତୁରନ୍ତ ଆମ ପାଖକୁ ଚାଲିଆସିଥାନ୍ତି ସାହାର୍ଯ୍ୟ କରିବା ପାଇଁ ।  ଭାରତୀୟ ସେନା ମୋ ବାପାଙ୍କ ଗଲା ପରେ ଆମ ପାଖେ ପାଖେ  ଛାଇ ହୋଇ ରହିଛନ୍ତି ।