କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଲିଟିଲ୍ ବୟ ଓ ଫ୍ୟାଟମ୍ୟାନ ନାମରେ ଦୁଇଟି ପରମାଣୁ ବୋମା ପକାଇଥିଲା । ଫଳରେ ଜାପାନର କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା । ଆଜି ସାରା ବିଶ୍ୱ ପରମାଣୁ ବୋମା ଉପରେ ବାର୍ଷିକ ୯୧.୪ ଆରବ ଡଲାର ଖର୍ଚ୍ଚ କରୁଛି । ଏହା ୧୦୦ଟି ଦେଶର ଜିଡିପି ଠାରୁ ଅଧିକ । 

Advertisment

fgdgdgdgdf

ପାକିସ୍ତାନର ଏଫ-୧୬ ଭଳି ଯୁଦ୍ଧ ବିମାନ ଏବେ ସରଗୋଧା ଓ ଶାହବାଜ ଏୟାରବେସରେ ନିୟୋଜିତ ହୋଇଛି । କୁହାଯାଉଛି କି, ସରଗୋଧା ଏୟାରବେସରୁ ମାତ୍ର ୧୦ କିଲୋମିଟର ଦୂର ସରଗୋଧା ଅସ୍ତ୍ର ଗୋଦାମରେ ପାକିସ୍ତାନ ପରମାଣୁ ବୋମା ରଖିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ କମାଣ୍ଡ ଅଥରେଟି ଏହି ବୋମା ଆକ୍ରମଣ ଉପରେ ନିଷ୍ପତ୍ତି ନେଇପାରନ୍ତି । 

କୌଣସି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ସିଧା ସଳଖ ପରମାଣୁ ବୋମା ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ନାହିଁ । ହେଲେ ଦେଶର ଏଭଳି ପଦରେ ଥିବା ବ୍ୟକ୍ତିଙ୍କ ପାଖରେ ପରମାଣୁ ବୋମାର ସ୍ମାର୍ଟ କୋଡ୍ ରହିଥାଏ । ତାଙ୍କ ବିନା ପରାମର୍ଶରେ ପରମାଣୁ ବୋମା ପକାଯାଇପାରିବ ନାହିଁ । ହେଲେ ପରମାଣୁ ବୋମାର ବ୍ୟବହାର ନିଷ୍ପତ୍ତି ସୁରକ୍ଷା କମିଟି, ଏନଏସଏ ମୁଖ୍ୟଙ୍କ ପରାମର୍ଶରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥାନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ପରମାଣୁ ଫୁଟବଲ, ଓ ଋଷ ରାଷ୍ଟ୍ରପତିଙ୍କ ପାଖରେ ପରମାଣୁ ସୁଟକେସ୍ ରହିଛି । ଯେଉଁଥିରେ ଯୁଦ୍ଧ ଯୋଜନା, ପରମାଣୁ ମିଜାଇଲ ଓ ତାର ଟାର୍ଗେଟ୍ ଉପରେ ସମସ୍ତ ତଥ୍ୟ ରହିଥାଏ । 

sfggdfd

ଭାରତ ପାଖରେ ଅଗ୍ନି, ସୌର୍ଯ୍ୟ, ପ୍ରଳୟ ଭଳି ବ୍ରହ୍ମାସ୍ତ୍ର ରହିଛି । ଯାହା ମାଧ୍ୟମରେ ପରମାଣୁ ଆକ୍ରମଣ କରାଯାଇପାରିବ । ଭାରତ ପାଖରେ ଜଳ, ସ୍ଥଳ ଓ ଆକାଶରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ରହିଛି । ହେଲେ ଭାରତ ସ୍ପଷ୍ଟ କରିଛି କି, ସେ କେବେ ବି କୌଣସି ଦେଶ ଉପରେ ପରମାଣୁ ଆକ୍ରମଣ କରିବ ନାହିଁ । ହେଲେ ଯଦି କୌଣସି ଦେଶ ଭାରତ ଉପରେ ପରମାଣୁ ଆକ୍ରମଣ କରେ ତେବେ ସେହି ଦେଶକୁ ତାଙ୍କ ଭାଷାରେ ଜବାବ ଦିଆଯିବ । 

ନ୍ୟୁୟର୍କ ମେକ୍ସିକୋରେ ୧୯୫୭ ମସିହାରେ ପରମାଣୁ ବୋମା ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାରେ ଶିକାର ହୋଇଥିଲା । ହେଲେ ପରମାଣୁ ବୋମା ବିସ୍ଫୋରଣ ହୋଇନଥିବାରୁ ଅନେକ ଧନଜୀବନ ରକ୍ଷା ପାଇଯାଇଥିଲା । ୧୯୫୮ ମସିହାରେ ମଧ୍ୟ ସମାନ ସ୍ଥିତି ହୋଇଥିଲା । ଦକ୍ଷିଣ କେରୋଲିନାରେ ଏକ ପରମାଣୁ ବୋମା ଖସିପଡିଥିଲା । ହେଲେ ମିଜାଇଲରେ ଲାଗିଥିବା ପରମାଣୁ ଅସ୍ତ୍ର ବିମାନରେ ରହିଯାଇଥିଲା । ୧୯୬୧ ମସିହାରେ ବି କାର୍ଲିଫର୍ଣ୍ଣିଆରେ ଦୁଇଟି ପରମାଣୁ ବୋମା ନେଇ ଯାଉଥିବା ବି-୫୨ ବିମାନ ଧ୍ୱଂସ ହୋଇଯାଇଥିଲା । ୧୯୬୫ ମସିହାରେ ଆମେରିକାର ଏକ ଯୁଦ୍ଧ ବିମାନରୁ ପରମାଣୁ ବୋମା ସମୁଦ୍ରରେ ଖସିପଡିଥିଲା । 

fsdfsafds

ଶୀତଳ ଯୁଦ୍ଧ ସମୟରେ ବିଶ୍ୱରେ ପରମାଣୁ ବୋମାର ସଂଖ୍ୟା ୬୦ ହଜାର ପାର କରିଥିଲା । ଏହାପରେ ପରମାଣୁ ବୋମାକୁ ନଷ୍ଟ କରିବା ପାଇଁ ପରମାଣୁ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କ୍ରମରେ କେବଳ ଦକ୍ଷଣ ଆଫ୍ରିକା ନିଜ ପାଖରେ ଥିବା ସମସ୍ତ ପରମାଣୁ ଅସ୍ତ୍ରକୁ ନଷ୍ଟ କରିଦେଇଥିଲା । 

ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ୨୦୨୪ ରିପୋର୍ଟ ମୁତାବକ ବିଶ୍ୱର ୯ଟି ଦେଶ ପାଖରେ ପାଖାପାଖି ୧୨ ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଛି । ଋଷ ପାଖରେ ୧୮୧୫, ଆମେରିକା ପାଖରେ ୧୯୨୮, ଚୀନ ପାଖରେ ୪୧୦, ଫ୍ରାନ୍ସ ପାଖରେ ୨୯୦, ଭାରତ ପାଖରେ ୧୭୨ ଟି ପରମାଣୁ ଅସ୍ତ୍ର ରହିଛି । ସବୁଠାରୁ କମ୍ ୩୦ ଟି ପରମାଣୁ ବୋମା ଉତ୍ତରକୋରିଆ ପାଖରେ ରହିଛି । ପାକିସ୍ତାନ ପାଖରେ ଥିବା ପରମାଣୁ ଅସ୍ତ୍ରର ମୋଟ ମୂଲ୍ୟ ୪୪୫୫ କୋଟି ଡଲାର । 

dffdd

ଯଦି ପରମାଣୁ ବୋମାର ମୂଲ୍ୟକୁ ବିଚାର କରାଯିବ ତେବେ ଆଜିର ଦିନରେ ଗୋଟିଏ ପରମାଣୁ ବୋରହେଡ୍  ପ୍ରସ୍ତୁତ କରିବାକୁ ୧.୮ କୋଟି ଡଲାର ବା ୧୫୩୦ କୋଟି ରୁ ୪୫୧୬ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଅର୍ଥାତ ଗୋଟିଏ ପରମାଣୁ ବୋମା ତିଆରି କରିବାକୁ ୪୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଏହା ଭିନ୍ନ ଭିନ୍ନ ଦେଶ ତୁଳନାରେ ଭିନ୍ନ ଭିନ୍ନ ମୂଲ୍ୟ ରହିଛି ।