ଟ୍ୱିନ୍ ସିଟିରେ ମାତିଛନ୍ତି ଏଟିଏମ୍ ଲୁଟେରା ; ଟଙ୍କା ବାହାରୁଥିବା ସ୍ଥାନରେ ଟେପ୍ ଲଗାଇ କରୁଛନ୍ତି ଲୁଟ୍

ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଥିଲେ ସାବଧାନ । ଟଙ୍କା ବାହାରୁଥିବା ସ୍ଥାନରେ ଟେପ୍ ଲଗାଇ କରୁଛନ୍ତି ଲୁଟ୍ । ପୁରୀ, ଭୁବନେଶ୍ୱର, କଟକରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ ।

ATM

କନକ ବ୍ୟୁରୋ: ୩ ସହରରେ ଆତଙ୍କ ଖେଳାଇଲେ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ । ୨ ଲୁଟେରାଙ୍କ ସିସିଟିଭି ଫୁଟେଜକୁ ଖୋଳତାଡ଼ କରୁଛି ପୋଲିସ । କିଛି ଦିନ ବ୍ୟବଧାନରେ ପୁଣି ମାତିଲେ ଏଟିଏମ ଲୁଟେରା । ଟଙ୍କା ବାହାରୁଥିବା ସ୍ଥାନରେ ଟେପ୍ ଲଗାଇ ଲୁଟ କରୁଛନ୍ତି । ଏଟିଏମରେ କେହି ନଥିବା ବେଳେ ଏହି କଳା ଟେପ୍ ବ୍ୟବହାର କରୁଛନ୍ତି, ଆଉ ପରବର୍ତ୍ତୀ ଟ୍ରେ ଲଗାଇ ଲୁଟିନେଉଛନ୍ତି ଟଙ୍କା । 

ଏହି ଲୁଟେରାଙ୍କ ଅପରେସନ ଦେଖିଲେ ଏହା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଭଳି ଲାଗୁଛନ୍ତି । ପୁରୀ, ଭୁବନେଶ୍ୱର ଏବଂ କଟକରେ ଏହି ଅପରେସନ କରୁଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ପୁରୀ ଏବଂ ଭୁବନେଶ୍ୱରରୁ ଗୋଟିଏ ଲେଖାଁଏ ଏଟିଏମ ଲୁଟିଥିବା ବେଳେ କଟକରୁ ଦୁଇଟି ଏଟିଏମରୁ ଟଙ୍କା ଲୁଟିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଖୋଜୁଛି ପୋଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe