କନକ ବ୍ୟୁରୋ: ୩ ସହରରେ ଆତଙ୍କ ଖେଳାଇଲେ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ । ୨ ଲୁଟେରାଙ୍କ ସିସିଟିଭି ଫୁଟେଜକୁ ଖୋଳତାଡ଼ କରୁଛି ପୋଲିସ । କିଛି ଦିନ ବ୍ୟବଧାନରେ ପୁଣି ମାତିଲେ ଏଟିଏମ ଲୁଟେରା । ଟଙ୍କା ବାହାରୁଥିବା ସ୍ଥାନରେ ଟେପ୍ ଲଗାଇ ଲୁଟ କରୁଛନ୍ତି । ଏଟିଏମରେ କେହି ନଥିବା ବେଳେ ଏହି କଳା ଟେପ୍ ବ୍ୟବହାର କରୁଛନ୍ତି, ଆଉ ପରବର୍ତ୍ତୀ ଟ୍ରେ ଲଗାଇ ଲୁଟିନେଉଛନ୍ତି ଟଙ୍କା ।
ଏହି ଲୁଟେରାଙ୍କ ଅପରେସନ ଦେଖିଲେ ଏହା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଭଳି ଲାଗୁଛନ୍ତି । ପୁରୀ, ଭୁବନେଶ୍ୱର ଏବଂ କଟକରେ ଏହି ଅପରେସନ କରୁଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ପୁରୀ ଏବଂ ଭୁବନେଶ୍ୱରରୁ ଗୋଟିଏ ଲେଖାଁଏ ଏଟିଏମ ଲୁଟିଥିବା ବେଳେ କଟକରୁ ଦୁଇଟି ଏଟିଏମରୁ ଟଙ୍କା ଲୁଟିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଖୋଜୁଛି ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/KLTCjM581YtFYNWuLTAX.jpg)