କନକ ବ୍ୟୁରୋ: ରାଜଧାନୀରେ ପୁଣି ମାତିଲେ ଏଟିଏମ ଲୁଟେରା। ନଜର ଆଢୁଆଳରେ ଲୁଟି ନେଉଛନ୍ତି ଟଙ୍କା । ଏଟିଏମରୁ ଅଭିନବ ଢଙ୍ଗରେ ଟଙ୍କା ଲୁଟୁଥିବାର ଏକ୍ସକ୍ଳୁସିଭ ଭିଜୁଆଲ କନକ ନ୍ୟୁଜ ହାତରେ ଲାଗିଛି। ଲୁଟେରା ମାନେ ଏଟିଏମ ମେସିନରେ ଅତି ସର୍ତକତାର ସହ ଏକ ପ୍ଲେଟ ଲଗାଉଛନ୍ତି। ଯେଉଁ ପ୍ଲେଟ ଗ୍ରାହକଙ୍କ ଅଜାଣତରେ ଟଙ୍କାକୁ ମେସିନରୁ ବାହାରିବା ପୂର୍ବରୁ ଅଟକାଇ ଦେଉଛି। ଟେକ୍ନିକାଲ ସମସ୍ୟା ଭାବି ଗ୍ରାହକ ଫେରିଯିବା ପରେ ଲୁଟେରା ଆସି ଟଙ୍କା ନେଇ ଫେରି ଯାଉଛନ୍ତି। ମହିଳା, କଲେଜ ପଢୁଆ ପିଲା ଓ ବୃଦ୍ଧ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏହି ଲୁଟେରା । କମିଶନରେଟ ପୋଲିସରେ ଏ ନେଇ ୩ଟି ଅଭିଯୋଗ ହୋଇଛି।
ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା ଗ୍ୟାଙ୍ଗ: ମେସିନରେ ପଟି ଲଗାଇ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା
ରାଜଧାନୀରେ ପୁଣି ମାତିଲେ ଏଟିଏମ ଲୁଟେରା। ନଜର ଆଢୁଆଳରେ ଲୁଟି ନେଉଛନ୍ତି ଟଙ୍କା । ଏଟିଏମରୁ ଅଭିନବ ଢଙ୍ଗରେ ଟଙ୍କା ଲୁଟୁଥିବାର ଏକ୍ସକ୍ଳୁସିଭ ଭିଜୁଆଲ କନକ ନ୍ୟୁଜ ହାତରେ ଲାଗିଛି।
/kanak/media/media_files/pJjODlQpJ6dDEKYznaS6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)