କନକ ବ୍ୟୁରୋ: ୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା,ଏମିତି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଥିବା ହିଟାଚି ATM ମେସିନରୁ । ଆଜି ସକାଳେ ଉକ୍ତ ଏଟିଏମ ତଦାରଖରେ ଥିବା ବେଣୁଧର ପୃଷ୍ଟି ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ATMରେ ଲୋଡ୍ କରି ଯିବା ପରେ ଲୋକେ ସକାଳଠାରୁ ATMରୁ ଟଙ୍କା ଉଠାଇ ଚାଲିଛନ୍ତି, କିନ୍ତୁ ସନ୍ଧ୍ୟା ସମୟରେ ତଦାରଖ କରୁଥିବା ବେଣୁଧରଙ୍କ ବନ୍ଧୁ ATMମେସିନ୍ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ସତ ସାମ୍ନାକୁ ଆସିଥିଲା, ୫ଶହ ଟଙ୍କା ଉଠାଇବା ପାଇଁ ଯାଇ ୫ ହଜାର ଟଙ୍କା ଉଠିଥିଲା । ସଙ୍ଗେସଙ୍ଗେ ମାଲିକଙ୍କ ବନ୍ଧୁ କହିବା ପରେ ବେଣୁଧର ମେସିନ ନିକଟରେ ପହଞ୍ଚିଥିଲେ । ATM ମେସିନରେ ଯାନ୍ତ୍ରିକ ତ୍ରୁଟି ରହିଛି ଯେଉଁମାନେ ଟଙ୍କା ଉଠାଇଛନ୍ତି ସେମାନେ ତାଙ୍କ ପ୍ରାପ୍ୟ ଟଙ୍କା ନେଇ ବଳକା ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି ।
ଅଜବ ATM, ୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା । ଟଙ୍କା ନେବାକୁ ଲାଗିଲା ଲୋକଙ୍କ ଗହଳି ।
Advertisment
୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା,ଏମିତି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଥିବା ହିଟାଚି ATM ମେସିନରୁ ।
Updated On
୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା,ଏମିତି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଥିବା ହିଟାଚି ATM ମେସିନରୁ ।
ଅଦ୍ୟତନ ହୋଇଛି
Follow Us