୬ ମାସ ହେଲାଣି ଏଟିଏମ୍‌ ବନ୍ଦ ; ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା

Advertisment

୬ ମାସରୁ ଅଧିକ ସମୟ ହେଲାଣି ଏଟିଏମ୍‌ ଖରାପ ହୋଇପଡ଼ିଥିବା ବେଳେ ଏଯାଏଁ ଏହାକୁ ସଚଳ କରାଯାଇନି। କି ନୂଆ ଏଟିଏମ୍‌ ବସିଯାଇନି । ଫଳରେ ଟଙ୍କା ଉଠାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

୬ ମାସରୁ ଅଧିକ ସମୟ ହେଲାଣି ଏଟିଏମ୍‌ ଖରାପ ହୋଇପଡ଼ିଥିବା ବେଳେ ଏଯାଏଁ ଏହାକୁ ସଚଳ କରାଯାଇନି। କି ନୂଆ ଏଟିଏମ୍‌ ବସିଯାଇନି । ଫଳରେ ଟଙ୍କା ଉଠାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ATM ISSUE

ATM ISSUE Photograph: (KANAK NEWS)

କନକ ବ୍ୟୁରୋ : କୋରାପୁଟ ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତରେ ଅଚ ଳ ହୋଇପଡ଼ିଛି ଏସ୍‌ବିଆଇ ଏଟିଏମ୍‌ । ୬ ମାସରୁ ଅଧିକ ସମୟ ହେଲାଣି ଏହା ଖରାପ ହୋଇପଡ଼ିଥିବା ବେଳେ ଏଯାଏଁ ଏହାକୁ ସଚଳ କରାଯାଇନି। କି ନୂଆ ଏଟିଏମ୍‌ ବସିଯାଇନି । ଫଳରେ ଟଙ୍କା ଉଠାଇବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପୂର୍ବରୁ ଏଠି ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍‌ ଥିଲା । ଏବେ କୁଆଡ଼େ ଗାଏବ ହୋଇଯାଇଛି। ଫଳକ ବି ନାହିଁ। ସଟର୍‌ରେ ଝୁଲୁଛି ତାଲା । ଇଂରାଜୀରେ ସୁନ୍ଦର ଭାବେ ଲେଖା ହୋଇଛି, ଅସ୍ଥାୟୀ ଭାବେ ଏଟିଏମ୍‌ ବନ୍ଦ ଅଛି, ଅନ୍ୟ ଏଟିଏମ୍‌ ବ୍ୟବହାର କରନ୍ତୁ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ଲୋକ ଗୋଟିଏ ଏସ୍‌ବିଆଇ ଏଟିଏମ୍‌ ଉପରେ ନିର୍ଭର କରୁଥିଲେ। ଯାହା ୬ ମାସରୁ ଅଧିକ ସମୟ ହେଲାଣି ବନ୍ଦ ପଡ଼ିଛି। ଫଳରେ ବ୍ୟାଙ୍କରେ ପ୍ରବଳ ଭିଡ଼ ଲାଗୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି। ବାଧ୍ୟ ହୋଇ କୋରାପୁଟ, କାକରିଗୁମ୍ମା, ଟିକିରି ଆଦି ଅଞ୍ଚଳକୁ ଯାଇ ଟଙ୍କା ଉଠାଉଛନ୍ତି ଲୋକ ।

ଦଶମନ୍ତପୁରର ସବୁ ସ୍ଥାନରେ ନେଟ୍‌ୱର୍କ ଆସୁନଥିବାରୁ ଅଧିକାଂଶ ଲୋକ ଡିଜିଟାଲ ସିଷ୍ଟମ ବ୍ୟବହାର କରନ୍ତି ନାହିଁ। ଅତି ଜରୁରୀ ସମୟରେ ନଗଦ ଟଙ୍କା ପାଇଁ କିଓସ୍କ ସେଣ୍ଟରକୁ ଯିବାକୁ ପଡ଼ୁଛି। ଆଉ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଉଛନ୍ତି ସେଣ୍ଟର ଅଧିକାରୀ। ହଜାରକୁ ଶହେ ଟଙ୍କା ଚାର୍ଜ ଦେଇ ଲୋକ ପଇସା ଉଠାଉଛନ୍ତି। ଏଟିଏମ୍‌କୁ ସଚଳ କରିବା ନେଇ ଅନେକ ଥର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏସ୍‌ବିଆଇ କେନ୍ଦ୍ରୀୟ ବ୍ୟବସାୟ କାର୍ଯ୍ୟାଳୟ ଜୟପୁରର କ୍ଷେତ୍ରୀୟ ପରିଚାଳକ କହିଛନ୍ତି, କେଉଁଠି ଏଟିଏମ୍‌ ଖରାପ ହୋଇଛି, କେଉଁ ଅଞ୍ଚଳରେ ବସିବ ତାହାର ଦାୟିତ୍ବ ଏଜେନ୍ସିକୁ ଦିଆଯାଇଛି। କିନ୍ତୁ ଲାଭ ମିଳୁନଥିବାରୁ ଏଜେନ୍ସି ରକ୍ଷଣାବେକ୍ଷଣ କରୁନାହିଁ। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । 

ଅଧିକ ପଢ଼ନ୍ତୁ---କୋମଳ କାନ୍ଧରେ ପରିବାର ବୋଝ , ଅଧା ରହିଗଲା ପାଠ ପଢ଼ିବାର ସ୍ୱପ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe