କନକବ୍ୟୁରୋ : ଗ୍ୟାସ କଟରରେ ଏଟିଏମ୍ କାଟି ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ା ଆମ୍ବ ଛକରେ ଘଟିଛି ଘଟଣା । ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏସବି-ଆଇ ଏଟିଏମରୁ ତାଡି ନେଇଛନ୍ତି ଟଙ୍କା ।
ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶି ଏଟିଏମ କାଟି ଟଙ୍କା ଲୁଟ୍ କରି ନେଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିବା ପରେ ଲୁଟେରା ଫେରାର ହୋଇଯାଇଥିଲେ । ତେବେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିଲା । ଏଟିଏମରେ କେତେ ଟଙ୍କା ଥିଲା ତାର ସଠିକ୍ ତଥ୍ୟ ମିଳିନାହିଁ । ଲୁଟ୍ ଜାଗାରେ ପୁଲିସ ପହଂଚି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପଚରାଉଚୁରା କରୁଛନ୍ତି ।
ସେପଟେ ଦୁର୍ବୃତ୍ତ ତାଡିନେଲେ ଦାନ ବାକ୍ସ । ଠାକୁରଙ୍କ ସୁନା ଗହଣା ଲୁଟି ନେଇଥିବା ବେଳେ ସିସିଟିଭିରେ କଏଦ ହୋଇଛି ଭିଜୁଆଲ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ଇସ୍କନ ମନ୍ଦିରରେ ଦୃବୁର୍ତ୍ତ ମାନେ ପଶି ଲୁଟପାଟ କରିଛନ୍ତି ।
ଗତକାଲି ରାତିରେ ଦୃବୁର୍ତ୍ତ ଠାକୁରଙ୍କ ଦାନ ବାକ୍ସ ସହ ଅନ୍ୟାନ ସାମଗ୍ରୀ ଲୁଟ କରି ନେଇଛନ୍ତି । ମନ୍ଦିର ଭିତରେ ପଶି ଭକ୍ତମାନଙ୍କୁ ବାହାରୁ ତାଲା ପକାଇ ଦାନ ବାକ୍ସ , ଠାକୁରଙ୍କ ଗହଣା ରୂପାର ଥାଳି ,ଗିନା, କଂସା , ଆଦି ଲୁଟି ନେଇଛନ୍ତି ମନ୍ଦିରର କିଛି ଭକ୍ତ ବାହୁଡା ଯାତ୍ରା ପାଇଁ ପୁରୀ ଯାଇଥିବାର ସୁଯୋଗ ନେଇ ଦୃବୁର୍ତ୍ତ ଏହି ଚୋରି କରିଛନ୍ତି । ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜରୁ ଲୁଟ ହେଉଥିବାର ଭିଜୁଆଲ କଏଦ ହୋଇଛି । ପ୍ରାୟ ୭ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ମନ୍ଦିରରେ ପଶିଥିଲେ । ତାଲା ଭାଙ୍ଗି ଦାନ ବାକ୍ସ ଲୁଟିନେବା ସହ ଅଳଙ୍କାର ଚୋରି କରିନେଇଛନ୍ତି । ସିସିଟିଭି ଫୁଟେଜ ଆଧାର କରି ରାଜନଗର ପୁଲିସ ଛାନଭିନ ଆରମ୍ଭ କରିଛି।